ଭାରତୀୟ ବଜାରକୁ ପୁଣି ଫେରିବାକୁ ଯୋଜନା ଚଳାଇଛି Vaio, ୧୫ ଜାନୁଆରୀକୁ ହେବ ଲଞ୍ଚ

ଭାରତୀୟ ଲ୍ୟାପଟପ୍ ବଜାରରେ ଏକ ସମୟରେ ଧୁମ ମଚାଇଥିବା Vaio ଏବେ ପୁଣି ଫେରିବାକୁ ଯାଉଛି। ୧୫ ଜାନୁଆାରୀରୁ ଭାରତରେ Vaio ଲ୍ୟାପଟପ୍ ଲଞ୍ଚ କରିବାକୁ କମ୍ପାନୀ ଯୋଜନା କରିଛି। Vaio ଲ୍ୟାପଟପ୍ ଇ-କମର୍ସ ଓ୍ବେବସାଇଟ୍ ଫ୍ଲିପକାର୍ଟରେ ଉପଲବ୍ଧ ହେବ।

ପୂର୍ବରୁ Sony Vaio ଥିଲା। କିନ୍ତୁ ସୋନି ନିଜର ପିସି ବ୍ୟବସାୟ ବିକ୍ରି କରିଦେବା ପରେ Vaio ସ୍ବତନ୍ତ୍ର ଭାବେ ଲ୍ୟାପଟପ୍ ବିଜନେସ୍ ଆରମ୍ଭ କରିଥିଲା। ୨୦୧୮ରୁ କମ୍ପାନୀ ଲ୍ୟାପଟପ୍ ବିଜନେସ ଆରମ୍ଭ କରିଥିବା ବେଳେ ଏବେ ଭାରତରେ ପ୍ରବେଶ କରିବାକୁ ଯାଉଛି। ଫ୍ଲିପକାର୍ଟରେ Vaio ଲଞ୍ଚ ନେଇ ଏକ ଟିଜର ମଧ୍ୟ ସେୟାର କରାଯାଇଛି। ଅନ୍ୟପଟେ ଭାରତରେ Vaio ଲ୍ୟାପଟପ୍ ଲଞ୍ଚ କରିବାକୁ ନେଇ କମ୍ପାନୀ ପକ୍ଷରୁ ବି ଘୋଷଣା ସରିଛି।

viao

Vaio ପକ୍ଷରୁ ମିଳିଥିବା ଏକ ଷ୍ଟେଟମେଣ୍ଟରେ କୁହାଯାଇଛି, ଭାରତୀୟ ବଜାରରେ ପୁଣିଥରେ ନିଜର ସ୍ଥାନ ନେବାକୁ ଆସୁଛି। ତେବେ ଭାରତୀୟ ଗ୍ରାହକ Vaioର ନୂଆ ଲ୍ୟାପଟପକୁ ପସନ୍ଦ କରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଏବେ ଭାରତରେ ମିଡ୍ ରେଞ୍ଜ ଲ୍ୟାପଟପରେ ଚାହିଦା ଅଧିକ ରହିଛି।

ଭାରତୀୟ ମାର୍କେଟରେ ସାଓମି ଓ ନୋକିଆ ଭଳି ମୋବାଇଲ କମ୍ପାନୀ ଲ୍ୟାପଟପ୍ ଲଞ୍ଚ କରିଛନ୍ତି। ଏହି କାରଣ ଯୋଗୁ ଏବେ କହିବା ମୁସ୍କିଲ ଯେ, କମ୍ପାନୀ ପୂର୍ବଭଳି ରେସପ୍ସନ ମିଳିବ। କିନ୍ତୁ ଭାରତୀୟ ବଜାରରେ ଅଲଗା ଚାହିଦା ରହିଛି, କମ୍ପାନୀ ଭାରତୀୟ ବଜାରରେ ଅନ୍ଯ ଲ୍ଯାପଟପକୁ ଟକ୍କର ଦେବ।

Leave A Reply

Your email address will not be published.