Below header

ନୂଆ ରେକର୍ଡ କଲା Vivo V20 , ୬ ଦିନରେ ହୋଇଛି ୧ ଲକ୍ଷରୁ ଅଧିକ ବୁକିଂ

Vivo V20 ସ୍ମାର୍ଟଫୋନ୍‌କୁ ନେଇ ଲୋକଙ୍କ ମଧ୍ୟରେ ଖାସ୍‌ କ୍ରେଜ୍‌ ଦେଖିବାକୁ ମିଳିଛି। ଭିଭୋ ତରଫରୁ ଘୋଷଣା କରାଯାଇଛି ଯେ ମାତ୍ର ୬ ଦିନରେ ୧ ଲକ୍ଷ ଭିଭୋ ଭି୨୦ ସ୍ମାର୍ଟଫୋନ୍‌ର ପ୍ରି ବୁକିଂ ହୋଇସାରିଲାଣି। ସୂଚନାଯୋଗ୍ୟ ଯେ ଭିଭୋ ଗତ ସପ୍ତାହରେ ଏହି ସ୍ମାର୍ଟଫୋନ୍‌କୁ ଭାରତରେ ଲଞ୍ଚ୍‌ କରିଥିଲା। ଭିଭୋ ଇଣ୍ଡିଆର ଡାଇରେକ୍ଟ-ବ୍ରାଣ୍ଡ ଷ୍ଟାଟେର୍ଜି, ନିପୁଣ ମାର୍ୟା କହିଛନ୍ତି ‘ଭି ସିରିଜ୍‌ର ଏହି ଫୋନ୍‌କୁ ଏତେ ଲୋକପ୍ରିୟତା ମିଳିଥିବାରୁ ଆମେ ବହୁତ ଖୁସି’।

Vivo V20 କୁ ଭାରତୀୟ ବଜାରରେ ଦୁଇଟି ଭ୍ୟାରିଏଣ୍ଟରେ ଲଞ୍ଚ୍‌ କରାଯାଇଛି। ଏହାର ବେସ୍‌ ଭ୍ୟାରିଏଣ୍ଟରେ ୮ ଜିବି ରାମ ସହ ୧୨୮ ଜିବିର ଇଣ୍ଟରନାଲ ଷ୍ଟୋରେଜ୍‌ ଦିଆଯାଇଛି, ଯାହାର ଦାମ୍‌ ରହିଛି ୨୪,୯୯୦ ଟଙ୍କା। ସେହିପରି ୮ ଜିବି ରାମ ସହ ୨୫୬ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ର ଦାମ୍‌ ଅଛି ୨୭,୯୯୦ ଟଙ୍କା। ଗ୍ରାହକ ଏହାକୁ ମିଡନାଇଟ୍‌ ଜେଜ୍‌, ସନ୍‌ସେଟ୍‌ ମେଲୋଡି ଓ ମିଡନାଇଟ୍‌ ସୋନାଟା କଲର ଭ୍ୟାରିଏଣ୍ଟରେ କିଣିପାରିବେ। ଏହି ଫୋନ୍‌ର ବିକ୍ରି ଆଜିଠୁ ବା ଅକ୍ଟୋବର ୨୦ରୁ ଆରମ୍ଭ ହେବ।

Vivo-V20

Vivo V20 ର ସ୍ପେସିଫିକେସନ୍‌:

ଡିସ୍‌ପ୍ଲେ-୬.୪୪ ଇଞ୍ଚ୍‌ର ଫୁଲ HD+ AMOLED ସ୍କ୍ରିନ୍‌ ରିଜଲ୍ୟୁସନ୍‌ ୧,୦୮୦X୨୪୦୦ ପିକ୍ସେଲ
ପ୍ରୋସେସର-କ୍ୱାଲକମ୍‌ ସ୍ନାପଡ୍ରାଗନ ୭୨୦G
ରାମ୍‌-୮ ଜିବି
ଇଣ୍ଟରନାଲ ଷ୍ଟୋରେଜ୍‌-୧୨୮ ଜିବି/୨୫୬ ଜିବି
ଅପରେଟିଂ ସିଷ୍ଟମ୍‌- ଆଣ୍ଡ୍ରଏଡ୍‌ ୧୧
ଫ୍ରଣ୍ଟ କ୍ୟାମେରା- ୪୪ ଏମ୍‌ପି
ବ୍ୟାଟେରୀ-୪୦୦୦mAh
କନେକ୍ଟିଭିଟି- ବ୍ଲୁଟୁଥ୍‌, ଟାଇପ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.