ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଖାଲିପଡିଛି ୮୯୧ ପଦବୀ, ଜଲଦି କରନ୍ତୁ ଆବେଦନ

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ଭର୍ତ୍ତି ବୋର୍ଡ(WBHRB) ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ମେଡିକାଲ ଏଜୁକେସନ ସର୍ଭିସ କ୍ୟାଡରରେ ୮୯୧ ପଦବୀରେ ଭର୍ତ୍ତି ହେଉଛି। ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଏମବିବିଏସ୍‌, ଏମଡି/ ଏମଏସ୍‌ର ଡିଗ୍ରୀ କରିଥିବା ଆବଶ୍ୟକ। ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ ନଭେମ୍ବର ସୁଦ୍ଧା ଅନଲାଇନରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା: ୮୯୧

ଗୁରୁତ୍ୱପୂର୍ଣ୍ଣ ତାରିଖ: ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୩ ନଭେମ୍ବର ରହିଥିବା ବେଳେ ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୦ ନଭେମ୍ବର ସକାଳ ୮ଟା ପର୍ଯ୍ୟନ୍ତ ରହିଛି।

ବୟସ ସୀମା: ଖାଲି ପଡିଥିବା ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ହୋଇଥିବା ଆବଶ୍ୟକ।

Job

ଆବେଦନ ଶୁଳ୍କ: ଏହି ପଦବୀରେ ଆବେଦନ କରିବା ପାଇଁ ସାଧାରଣ ବର୍ଗ ଏବଂ ଓବିସି ବର୍ଗ ୨୫୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କ ପାଇଁ କୌଣସି ପ୍ରକାରର ଶୁଳ୍କ ଲାଗୁ ହେବ ନାହିଁ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ଆବେଦନ କରିବାର ଅଧିକାରକ େଓ୍ଵବସାଇଟ୍‌ @wbhrb.in କୁ ଯାଇ ନୋଟିଫିକେସନରେ କ୍ଲିକ କରନ୍ତୁ।

http://wbhrb.in/documents/700004.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.