DDLJ କୁ ପୂରିଲା ୨୫ ବର୍ଷ, ଟ୍ଵିଟରରେ ନିଜ ନାଁ ବଦଳାଇ ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଲେ ଶାହାରୁଖ ଓ କାଜୋଲ

ଦିଲ ଓ୍ଵାଲେ ଦୁଲହନିଆ ଲେ ଜାଏଁଗେ(ଡିଡିଏଲ୍‌ଜେ)କୁ ମଙ୍ଗଳବାର ୨୫ ବର୍ଷ ପୂରିଛି। ଏ ଅବସରରେ ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌, କାଜୋଲ, କରଣ ଜୋହରଙ୍କ ସମେତ ଫ୍ୟାନ୍‌ମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଶାହାରୁଖ ଓ କାଜୋଲ ଏ ଅବସରରେ ଟ୍ଵିଟରରେ ନିଜ ନାଁ ବି ବଦଳାଇଥିବା ଦେଖାଯାଇଛି।

srk

ଫିଲ୍ମକୁ ୨୫ ବର୍ଷ ପୂରଣ ହୋଇଥିବାରୁ ଶାହାରୁଖ ଖାନ୍‌ ନିଜ ପ୍ରୋଫାଇଲର ନାମ ରାଜ୍‌ ମାଲହୋତ୍ରା ରଖିଛନ୍ତି। ଫିଲ୍ମରେ ତାଙ୍କ ନାଁ ରାଜ୍‌ ଥିବାରୁ ସେ ଏଭଳି ନାମକରଣ କରିଛନ୍ତି। ସେହିଭଳି କାଜୋଲ ମଧ୍ୟ ଟ୍ଵିଟରରେ ନିଜ ନାଁକୁ ଫିଲ୍ମରେ ଥିବା ନାଁ ଅନୁସାରେ ସିମରନ୍‌ ରଖିଛନ୍ତି।

kajol

ଶାହାରୁଖ ଖାନ୍‌ ଫିଲ୍ମର କିଛି ଝଲକ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି,‘୨୫ ବର୍ଷ! ରାଜ୍‌ ଓ ସିମରନ୍‌ଙ୍କୁ ଭଲ ପାଇବା ଦେଇଥିବାରୁ ଆମେ କୃତଜ୍ଞ। ଏହା ସବୁବେଳେ ସ୍ପେଶାଲ ଅନୁଭବ ଦେଇଥାଏ’।

ସେହିପରି କାଜୋଲ ଏକ ଟ୍ଵିଟ୍‌ କରି ଲେଖିଛନ୍ତି ‘ରାଜ୍‌ ଓ ସିମରନ୍‌! ୨ ଲୋକ, ୧ ଫିଲ୍ମ, ୨୫ ବର୍ଷ ଓ ଭଲ ପାଇବା ବନ୍ଦ ହେଉନାହିଁ। ଏହି ଫିଲ୍ମକୁ ଯିଏ ତିଆରି କରିଛନ୍ତି ତାଙ୍କ ନିକଟରେ ମୁଁ ଋଣୀ। ଏହି ଘଟଣା ଇତିହାସର ଏକ ଅଂଶ। ଆପଣଙ୍କୁ ଅନେକ ଅନେକ ଶୁଭକାମନା’।

କରଣ ଜୋହର ମଧ୍ୟ ଟ୍ଵିଟ୍‌ କରି ଲୋକଙ୍କୁ ଧନ୍ୟବାଦ ଦେଇଥିବା ଦେଖାଯାଇଛି।

Leave A Reply

Your email address will not be published.