୪.୫ କିଲୋଗ୍ରାମ Expired କଫି ଦାନାରେ ବିଶାଳ ପେଣ୍ଟିଂ, ‘ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ’ରେ ସ୍ଥାନ ପାଇଲା ଏହି ମହିଳାଙ୍କ ନାଁ

ସଉଦି ଆରବର ଜଣେ ମହିଳା କଳାକାର କଫି ଦାନାରେ ଦୁନିଆର ସବୁଠାରୁ ବଡ଼ ପେଣ୍ଟିଂ କରି ‘ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ’ରେ ସ୍ଥାନ ପାଇଛନ୍ତି। ଏହି ଉପଲବ୍ଧିକୁ ହାସଲ କରିବାରେ ସେ ହୋଇଛନ୍ତି ଦେଶର ପ୍ରଥମ ମହିଳା। ଓହୁଦ ଅବଦଲ୍ଲା ଅଲମାଲକୀଙ୍କ କଫି ପେଣ୍ଟିଂରେ ସଉଦି ଆରବ ଏବଂ ୟୁଏଇର ୭ଜଣ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କ ଫଟୋକୁ ଦର୍ଶାଯାଇଛି।

ଅଲମାଲକୀ ସଉଦି ଆରବ ଏବଂ ୟୁଏଇର ଯଥାକ୍ରମେ ଅବଦୁଲ ଅଜିଜ ବିନ ଅବଦୁଲ ରହମାନ ଓ ଶେଖ ଜାୟଦ ବିନ ସୁଲତାନ ଅଲ ନାହୟାନଙ୍କର ଏକ ବିଶାଳ ଫଟୋଚିତ୍ର ବନାଇଛନ୍ତି। ସେ ପାଖାପାଖି ୪.୫ କିଲୋଗ୍ରାମ Expired କଫି ଦାନାରେ ଏହି ପେଣ୍ଟିଂ କରିଛନ୍ତି। ସେ ବ୍ରାଉନ କଫି ପାଉଡରକୁ ପାଣିରେ ମିଶାଇ ପେଣ୍ଟିଂରେ ଉପଯୋଗ କରିଛନ୍ତି।

sd

ଅଲମାଲକୀ କହିଛନ୍ତି, ‘ଦୁଇଜଣ ସାକ୍ଷୀ, ଭିଡ଼ିଓ ରେକର୍ଡ଼ିଂ ଏବଂ Drone ଫୁଟେଜ ନଜରରେ ମୋତେ ଏହାକୁ ପୂରା କରିବା ପାଇଁ ଲଗାତାର ୪୫ ଦିନ ସମୟ ଲାଗିଛି। ଦୁଇ ଦେଶ ଭିତରେ ଶହ ଶହ ବର୍ଷ ଧରି ରହିଥିବା ପୁରୁଣା ସମ୍ବନ୍ଧକୁ ମନେ ପକାଇବା ମୋର ଉଦ୍ଦେଶ୍ୟ ଥିଲା’।

Leave A Reply

Your email address will not be published.