Below header

ଟ୍ରାଫିକ ହାବିଲଦାର ଲଳିତ ରାଉତଙ୍କୁ ସମ୍ମାନିତ କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ

ଭୁବନେଶ୍ୱର: ଟ୍ରାଫିକ ହାବିଲଦାରଙ୍କୁ ସମ୍ମାନିତ କଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତ ୧୭ ତାରିଖ ଦିନ କଟକ ଶିଖରପୁର ଟ୍ରାଫିକ ପୋଷ୍ଟରେ ଡ୍ୟୁଟି କରୁଥିଲେ ଟ୍ରାଫିକ ହାବିଲଦାର ଲଳିତ ରାଉତ । ଏହି ସମୟରେ ରାସ୍ତା ଉପରେ କିଛି ଚିପ୍ସ ପଡିଥିବା ନେଇ ତାଙ୍କ ନଜରକୁ ଆସିଲା । ରାସ୍ତା ଉପରେ ଚିପ୍ସ ଗୁଡିକ ଏଣେ ତେଣେ ପଡିବା ଫଳରେ ଗାଡ଼ି ଯିବା ଆସିବାରେ ଅସୁବିଧା ହେଉଥିଲା । ଏହା ଦେଖି ଟ୍ରାଫିକ ହାବିଲଦାର ଲଳିତ ପାଖରେ ଥିବା ଏକ ଘରୁ ଝାଡୁ ଆଣି ରାସ୍ତା ସଫା କରିଥିଲେ ।

ଏହି ସମୟରେ କେହି ଜଣେ ଦୃଶ୍ୟର ଭିଡିଓ ସୁଟ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା। ଆଜି କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ହାବିଲଦାର ଲଳିତ ରାଉତଙ୍କୁ ସମ୍ମାନିତ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.