କଣ ଆପଣଙ୍କୁ ଜଣାଅଛି ବ୍ୟାଙ୍କ ଚେକରେ ଗାର ଥାଏ କାହିଁକି? ଜାଣନ୍ତୁ ଏହା ପଛର କାରଣ

ଚେକ୍ ସହ ଯୋଡି ହୋଇଥିବା କିଛି ନିୟମ ହୁଏତ ଆପଣ ଜାଣି ନଥିବେ । ତେଣୁ ଏସବୁ ନିୟମ ଜାଣିବା ନିହାତି ଆବଶ୍ୟକ । ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି ।

ବ୍ୟାଙ୍କରେ ଖାତା ଖୋଲିବା ବେଳେ ପ୍ରତ୍ୟେକ ଗ୍ରାହକଙ୍କୁ ଚେକବୁକ ପ୍ରଦାନ କରାଯାଇଥାଏ । ତେବେ ଆଜିକାଲି ଚେକ୍ ବ୍ୟବହାର କମ୍ ହୋଇଯାଇଛି । କିନ୍ତୁ ଆଜି ବି ଚେକ୍ ଜରିଆରେ ବଡ ବଡ ପେମେଣ୍ଟ ହୋଇଥାଏ । ତେବେ ଚେକ୍ ସହ ଯୋଡି ହୋଇଥିବା କିଛି ନିୟମ ହୁଏତ ଆପଣ ଜାଣି ନଥିବେ । ତେଣୁ ଏସବୁ ନିୟମ ଜାଣିବା ନିହାତି ଆବଶ୍ୟକ । ନଚେତ ଆପଣ ଠକାମୀର ଶିକାର ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ଚେକ୍ ଉପରେ ଲାଗିଥିବା ଏହି ଦୁଇ ଗାରର ଅର୍ଥ କ’ଣ ?

ଚେକ ମାଧ୍ୟମରେ ପେମେଣ୍ଟ କରିବା ଖୁବ ପୁରୁଣା ମାଧ୍ୟମ । ଏହାର ବ୍ୟବହାର କରି କୌଣସି ଆମାଉଣ୍ଟ ବି ପେମେଣ୍ଟ କରାଯାଇ ପାରିବ । ଚେକରେ ଆକାଉଣ୍ଟ ଧାରୀଙ୍କ ଦସ୍ତଖତ, ଆମାଉଣ୍ଟ, ପ୍ରାପ୍ତକର୍ତ୍ତାଙ୍କ ନାମ, ବ୍ୟାଙ୍କ ଡିଟେଲ୍ସ, ତାରିଖ ଇତ୍ୟାଦି ଲେଖିଥାନ୍ତି । ଏହି ସବୁ ଜରୁରୀ ଜିନିଷ ବିନା କୌଣସି ଚେକ୍ ବ୍ୟବହାର କରିବା ସମ୍ଭବ ନୁହେଁ । ତେବେ ଏହା ସହିତ ଚେକରେ ଦୁଇଟି ଗାର ପଡିଥିବା ଦେଖିଥିବେ । ଚେକରେ ଟଣା ହୋଇଥିବା ଏହି ଦୁଇ ପାରାଲାଲ ଗାରର ଅର୍ଥ କ’ଣ ଜାଣିଛନ୍ତି କି? ଚେକରେ କୋଣରେ ଟଣା ହୋଇଥିବା ଦୁଇଟି ଗାରର ଅର୍ଥ ଏକ ସର୍ତ୍ତକୁ ବୁଝାଇଥାଏ ।

ପେମେଣ୍ଟ ହେବାର ସର୍ତ୍ତ ପାଇଁ ଏହି ଗାର ଟଣା ଯାଇଥାଏ । ଏହି ଲାଇନର ଅର୍ଥ ଆକାଉଣ୍ଟ ପେୟୀ ଚେକ ସହ ହୋଇଥାଏ । ଏହି ଦୁଇ ଲାଇନ୍ ମାଧ୍ୟମରେ ଆକାଉଣ୍ଟ ହୋଲ୍ଡରଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥାଏ । ଏହି ଦୁଇ ଲାଇନ ଟଣା ହେବା ଦ୍ୱାରା ଚେକକୁ କ୍ୟାସରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଯେଉଁ ବ୍ୟକ୍ତିଙ୍କ ନାମରେ ଚେକ୍ ରହିଥାଏ, ଟଙ୍କା ସେହି ବ୍ୟକ୍ତିଙ୍କ ଖାତାକୁ ଟଙ୍କା ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.