ଏବେ ହ୍ଵାଟ୍ସଆପରେ କଲ୍‌ କଲେ ଦେବାକୁ ପଡିବ ଟଙ୍କା, ଦେବାକୁ ହେବ ମୋଟାଅଙ୍କର ଟଙ୍କା

ହ୍ଵାଟ୍ସଆପର ବ୍ୟବହାର କରୁଥିବା ଗ୍ରାହକଙ୍କୁ ବହୁତ ଗୁଡିଏ ଫିଚର୍ସ ମିଳୁଛି। ତାସହ ଚାଟିଙ୍ଗକୁ ଆହୁରି ଭଲ କରିବା ପାଇଁ କମ୍ପାନୀ ଦିନ ରାତି ପରିଶ୍ରମ କରୁଛି। ସେହିପରି ମିଡିଆକୁ ପଠାଇବା ଏବଂ ରିସିଭ୍‌ କରିବା ମଧ୍ୟ ବହୁତ ସହଜ ହେଉଛି ହ୍ଵାଟ୍ସଆପରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପରେ ଆଉ ଏକ ତଗଡା ଫିଚର ରହିଛି ଯାହାର ବ୍ୟବହାର ବହୁତ ମାତ୍ରାରେ କରୁଛନ୍ତି ଲୋକେ, ତାହା ହେଉଛି ହ୍ଵାଟ୍ସଆପ୍‌ କଲିଙ୍ଗ୍‌। ଏଥିରେ ଅତି ସହଜରେ ଜଣଙ୍କ ସହ ମାତ୍ର କେଇ ସେକେଣ୍ଡରେ କନେକ୍ଟ ହୋଇପାରୁଛନ୍ତି ଲୋକେ। କିନ୍ତୁ ଏବେ ଏହା ଆଉ ସହଜ ହେବନି। ଏବେ ପର୍ଯ୍ୟନ୍ତ ଏହି ଫିଚରର ବ୍ୟବହାର ମାଗଣାରେ କରାଯାଉଥିଲା କିନ୍ତୁ ଆଗାମୀ ଦିନରେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କୁ ଏହି ଫିଚର ପାଇଁ ଟଙ୍କା ଦେବାକୁ ପଡିବାରେ। ଏହି କଥା ଶୁଣି ଆପଣଙ୍କୁ ସାମାନ୍ୟ ଝଟକା ନିଶ୍ଚୟ ଲାଗିପାରେ କିନ୍ତୁ ବାସ୍ତବରେ ଏମିତି ହିଁ ହୋଇପାରେ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହ୍ଵାଟ୍ସଆପରେ କଲିଙ୍ଗ କରିବା ବୋଧହୁଏ ଆଉ କିଛି ଦିନ ପରେ ମହଙ୍ଗା ହୋଇଯିବ। ଆମେ ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ସୂତ୍ରରୁ ଜଣାପଡିଛି ଯେ ହ୍ଵାଟ୍ସଆପ୍‌ କଲିଙ୍ଗର ଏହି ନିଷ୍ପତ୍ତିକୁ ନେଇ ବିଚାର କରାଯାଉଛି। ଯଦି ସବୁକିଛି ଠିକ ହେଇଗଲା ତାହେଲେ ଆପଣଙ୍କୁ ପ୍ରତି ହ୍ଵାଟ୍ସଆପ୍‌ କଲ୍‌ ପାଇଁ ଟଙ୍କା ଦେବାକୁ ପଡିବ। ଏକଥା ଶୁଣି ନିହାତି ଭାବେ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କୁ ଝଟକା ଲାଗିପାରେ କାହିଁକିନା ନର୍ମାଲ କଲିଙ୍ଗକୁ ଛାଡି ଲୋକମାନେ ହ୍ଵାଟ୍ସଆପ୍‌ କଲିଙ୍ଗର ସାହାରା ନେଉଛନ୍ତି। କିନ୍ତୁ ଆଗାମୀ ସମୟରେ ଏହାକୁ ନେଇ ନିୟମ ଆସିପାରେ।

ହ୍ଵାଟ୍ସଆପ୍‌ କଲିଙ୍ଗକୁ ପେଡ୍‌ କରିବା ପଛର କାରଣ ହେଉଛି ଟେଲିକମ୍‌ କମ୍ପାନୀକୁ ହେଉଥିବା କ୍ଷତି। କାହିଁକିନା ବିନା କୌଣସି ସିମ୍‌ କାର୍ଡରେ ବି ଇଣ୍ଟରନେଟ୍‌ ସାହାଯ୍ୟରେ ହ୍ଵାଟ୍ସଆପ୍‌ କଲିଙ୍ଗ କରାଯାଉଛି ଆଉ ଏହି କାରଣରୁ ଡିଓଟି ବା ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍‌ ଟ୍ରାଇ ସହ ଏହି ଇଣ୍ଟରନେଟ୍‌ କଲ୍ସ ଉପରେ ଚାର୍ଜ କରିବା ନେଇ ସୁପାରିଷ୍‌ କରିଛି। ଯଦି ଟ୍ରାଇ ଏହାକୁ ନେଇ ଗ୍ର୍ରୀନ୍‌ ସିଗନାଲ ଦେଇଦେଲା ତାହେଲେ ଆଗାମୀ ସମୟରେ ହ୍ଵାଟ୍ସଆପ୍‌ କଲିଙ୍ଗ୍‌ ପାଇଁ ଭାରି ଶୁଳ୍କ ଚାର୍ଜ କରାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.