Below header

WhatsApp ଆଣିଲା ନୂଆ ଫିଚର, Video Call ପରେ କରିପାରିବେ ମୋବାଇଲ ସ୍କ୍ରିନ୍‌ ସେୟାର

ଆପଣଙ୍କ ମୋବାଇଲ ସ୍କ୍ରିନ୍‌ ସେୟାର କରିବା ପାଇଁ WhatsApp ଆଣିଛି ଏକ ନୂଆ ଫିଚର । ଗୁଗଲ ମିଟ ଏବଂ ଜୁମ୍‌ ଆପ ଭଳି WhatsAppରେ ମଧ୍ୟ ସ୍କ୍ରିନ୍‌ ସେୟାର କରିପାରିବେ । ସ୍କ୍ରିନ୍ ସେୟାରିଂ ଫିଚର ଅଫିସ କିମ୍ବା ମିଟିଂ ପାଇଁ ଉତ୍ତମ ହେବ ବୋଲି କୁହାଯାଉଛି ।

WhatsAppରେ ସେୟାର କରିପାରିବେ ଫୋନ ସ୍କ୍ରିନ୍‌ । ଆପଣଙ୍କ ମୋବାଇଲ ସ୍କ୍ରିନ୍‌ ସେୟାର କରିବା ପାଇଁ WhatsApp ଆଣିଛି ଏକ ନୂଆ ଫିଚର । ଗୁଗଲ ମିଟ ଏବଂ ଜୁମ୍‌ ଆପ ଭଳି WhatsAppରେ ମଧ୍ୟ ସ୍କ୍ରିନ୍‌ ସେୟାର କରିପାରିବେ । WhatsApp ଅନେକ ସମୟରେ ନୂଆ ନୂଆ ଫିଚର ଆଣି ଏହାର କୋଟି କୋଟି ୟୁଜର୍ସଙ୍କ ଏକ୍ସପେରିଏନ୍ସକୁ ବଢ଼ାଉଛି । ବର୍ତ୍ତମାନ ଏହା ଆଉ ଏକ ନୂଆ ଫିଚର ଆଡ୍‌ କରିବାକୁ ଘୋଷଣା କରିଛି । ବର୍ତ୍ତମାନ ୟୁଜରମାନେ ଭିଡିଓ କଲ୍ ସମୟରେ ନିଜ ଫୋନ ସ୍କ୍ରିନକୁ ସେୟାର କରି ପାରିବେ । ସ୍କ୍ରିନ୍ ସେୟାରିଂ ଫିଚର ଅଫିସ କିମ୍ବା ମିଟିଂ ପାଇଁ ଉତ୍ତମ ହେବ ବୋଲି କୁହାଯାଉଛି । ସ୍କ୍ରିନ୍‌-ସେୟାରିଂ ଫିଚର ଏକ ହୋଷ୍ଟକୁ ନିଜ ସ୍କ୍ରିନରେ ଦେଖାଯାଉଥିବା ସମସ୍ତ ଜିନିଷକୁ ଅନ୍ୟ ଜଣଙ୍କୁ ସେୟାର କରିବା ପାଇଁ ଅନୁମତି ଦେବ ।

ମେଟା ସିଇଓ ମାର୍କ ଜୁକରବର୍ଗ ତାଙ୍କ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଏକ ନୂଆ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆମେ WhatsAppକୁ ଏକ ନୂଆ ମୋଡ଼ ଦେଉଛୁ, ଯେଉଁଥିରେ ଭିଡିଓ କଲ ସମୟରେ ଆପଣ ନିଜ ସ୍କ୍ରିନ ସେୟାର କରିବା ପାଇଁ ଏକ ବିଶେଷ କ୍ଷମତା ରହିବ । ଏହି ପଦକ୍ଷେପ ଦ୍ୱାରା WhatsApp, ଗୁଗଲ ମିଟ୍‌ ଏବଂ ଜୁମ୍‌ ପରି ଲୋକପ୍ରିୟ ଭିଡିଓ କଲିଂ ଆପକୁ କଡ଼ା ଟକ୍କର ଦେବାକୁ ଚାହୁଁଛି । କାରଣ ଏହା ଗ୍ରୁପ ମିଟିଂର ଗୁରୁତ୍ୱପୂର୍ଣ୍ଣ ଫିଚରରେ ଏକ ନୂଆ ସୁବିଧା ଆଡ୍‌ କରୁଛି ।

ସ୍କ୍ରିନ୍‌ ସେୟାରିଂର ସୁବିଧା ସହିତ WhatsApp ୟୁଜରଙ୍କ ପାଇଁ ଏକ ନୂଆ ରାସ୍ତା ଖୋଲିଛି । ଏହା ୟୁଜରଙ୍କୁ ଡକ୍ୟୁମେଣ୍ଟ ସେୟାରରେ ସାହାଯ୍ୟ କରିବ, ଅନେକ ଜରୁରୀ ଜିନିଷ ଦେଖାଇବା ପାଇଁ ଏବଂ ଏଭଳି ଅନେକ ଅଫିସିଆଲ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଏହା ଫିଚର ଆଣିଛି । ବର୍ତ୍ତମାନ ଯେ କେହି ବି ସହଜରେ ନିଜ ପରିବାର ଏବଂ ସାଙ୍ଗମାନଙ୍କୁ ଟେକନିକ ସାହଯ୍ୟ ଯୋଗାଇବାରେ ସକ୍ଷମ ହୋଇପାରିବ ।

ତେବେ ଏହାକୁ କିପରି ବ୍ୟବହାର କରିବେ ଆସନ୍ତୁ ଜାଣିବା । ଏହି ନୂଆ ଫିଚର ବ୍ୟବହାର କରିବା ପାଇଁ ୟୁଜରମାନଙ୍କୁ କେବଳ ଭିଡିଓ କଲ ସମୟରେ ‘ସେୟାର’ ଆଇକନ ଉପରେ କ୍ଲିକ କରିବାକୁ ପଡ଼ିବ ଏବଂ ପରେ ଏକ ନିର୍ଦ୍ଦିଷ୍ଟ ଆପ୍ଲିକେସନ କିମ୍ବା ପୂରା ସ୍କ୍ରିନକୁ ସେୟାର କରିବା ପାଇଁ ଅପ୍ସନ ବାଛି ପାରିବେ । ଏହି ଫିଚର ଦ୍ୱାରା WhatsApp ନିଜ ୟୁଜରଙ୍କ ପାଇଁ ସେୟାର କରିବା ପ୍ରକ୍ରିୟାକୁ ଅତି ସହଜ କରିଦେଇଛି । ବର୍ତ୍ତମାନ WhatsApp ୩୨ ଜଣ ୟୁଜରଙ୍କୁ ଏକା ସହିତ ଭିଡିଓ କଲ୍ କୁ ସମର୍ଥନ କରେ, ଯାହାର ଅର୍ଥ ହେଉଛି ଏହି ମେସେଜିଂ ଆପ୍ ସାହାଯ୍ୟରେ ଛୋଟ ଛୋଟ ମିଟିଙ୍ଗ ଗୁଡ଼ିକ ଅତି ସହଜରେ କରାଯାଇପାରିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.