ହ୍ୟାକ୍‌ ହୋଇପାରେ ଆପଣଙ୍କ ହ୍ଵାଟସ୍‌ଆପ୍‌, ସୁରକ୍ଷା ପାଇଁ ଚେତାବନୀ ଜାରି କଲା ଏଜେନ୍ସି

ଭାରତର ସାଇବର ସୁରକ୍ଷା ଏଜେନ୍ସି ହ୍ଵାଟସ୍‌ଆପ ୟୁଜର୍ସମାନଙ୍କ ପାଇଁ ଚେତାବନୀ ଜାରି କରାଯାଇଛି। ସିଇଆରଟି କହିବା ଅନୁଯାୟୀ ଏମପି ୪ ଫାଇଲ ସହ ଭାଇରାସ ଖେଳିବାରେ ଲାଗିଛି। ଏହିକାରଣରୁ ହ୍ଵାଟସ୍‌ଆପ ଉପଭୋକ୍ତାମାନଙ୍କ ଅଜାଣତରେ ସେମାନଙ୍କର ବ୍ୟକ୍ତିଗତ ସୂଚନା ଚୋରି ହୋଇପାରେ। ଏହିକାରଣରୁ ସିଇଆରଟି ନିଜସ୍ୱ ଏଡଭାଇଜରରେ ସୂଚନା ଜାରି କରିଛି ହ୍ଵାଟସ୍‌ଆପରେ ଏକ ଅଭାବ ଥିବା ପରିଲକ୍ଷିତ ହୋଇଛି। ଏହି ଜରିଆରେ ହ୍ୟାକର ଅନେକ ଦୂରରେ ଥାଇ ମଧ୍ୟ ଆପଣଙ୍କ ଫୋନରୁ ସୂଚନା ଚୋରାଇପାରିବେ। ସିଇଆରଟି କହିବା ଅନୁଯାୟୀ ଏହାଦ୍ୱାରା ଉପଭୋକ୍ତା ଯେପରି ସଂକ୍ରମିତ ଏମପି ୪ ଫାଇଲ୍‌ ଡାଉନଲୋଡ କରିବେ , ତାଙ୍କ ଫୋନରେ ଥିବା ସୂଚନାରେ ଚୋରି ହେବାର ଆଶଙ୍କା ରହିଥାଏ।

whatsapp1

ଏହାସହ ପଢନ୍ତୁ: ଆସନ୍ତା ଡିସେମ୍ବରରୁ ମହଙ୍ଗା ହେବ ମୋବାଇଲ୍‌ ସେବା

ସିଇଆରଟି କହିବା ମୁତାବକ ହ୍ଵାଟସ୍‌ଆପର ଛଅରୁ ଅଧିକ ଭର୍ସନରେ ଏହାର ଅଭାବ ରହିଛି। ସୁରକ୍ଷା ଏଜେନ୍ସି ଭାରତୀୟ ଉପଭୋକ୍ତାମାନଙ୍କୁ ହ୍ଵାଟସ୍‌ଆପ ଅପଡେଟ୍‌ କରିବା ପାଇଁ ସୂଚନା ଜାରି କରିଛି। ଏହି ସମସ୍ତ ଘଟଣା ବିଷୟରେ ହ୍ଵାଟସ୍‌ଆପରେ ପ୍ରତିକ୍ରିୟା ଦିଆଯାଇଛି। ହ୍ଵାଟସ୍‌ଆପ୍‌ ପ୍ରବକ୍ତାଙ୍କ କହିବା ଅନୁଯାୟୀ କମ୍ପାନୀ ନିଜର ସେବା ସୁରକ୍ଷା ଦିଗରେ କାମ କରୁଛି। ଏହାବ୍ୟତୀତ ୟୁଜର୍ସମାନେ ଯେପରି ପ୍ରଭାବିତ ନହେବେ ସେଥିପ୍ରତି କମ୍ପାନୀ ନିଜର ପୁରା ଚେଷ୍ଟା ଜାରି ରଖିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.