ରିଲିଜ୍‌ ହେଲା ‘Pati Patni Aur Woh’ର ପ୍ରଥମ ଗୀତ, ଭିଡିଓ ଦେଖିଲେ ମନେ ପଡିଯିବେ ଗୋବିନ୍ଦା !

ଏବେ ଅନେକ ବଡ ବଡ ଫିଲ୍ମକୁ ନେଇ ବହୁତ ଜବରଦସ୍ତ ଚର୍ଚ୍ଚା ହେଉଛି। ଆଉ ଏମିତିରେ ଚର୍ଚ୍ଚାର ଶୀର୍ଷକୁ ଆସିଛି କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ ଏବଂ ଭୂମି ପେଡନେକରଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱ ’। ନିକଟରେ ଏହି ଫିଲ୍ମର ଗୀତ ‘ଆଂଖିଓ ସେ ଗୋଲି ମାରେ’ ରିଲିଜ୍‌ ହୋଇଛି। ସବୁଠୁ ଖାସ୍‌ କଥା ହେଉଛି ଆପଣ ଏହି ଗୀତକୁ ଦେଖିଲେ ଗୋବିନ୍ଦାଙ୍କ ଡ୍ୟାନ୍ସ ଆପଣଙ୍କୁ ମନେ ପଡିଯିବ। ଏହି ଧମାକାଦାର ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରୁଛନ୍ତି।

anannyaଏହି ଗୀତରେ କାର୍ତ୍ତିକ ଆର୍ୟନଙ୍କ ସହିତ ଦୁଇ ଜଣ ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଭୂମି ପେଡନେକର ନଜର ଆସିଛନ୍ତି। ଏହି ଦୁଇ ଅଭିନେତ୍ରୀଙ୍କ ସହିତ କାର୍ତ୍ତିକ ଆର୍ୟନ ମସ୍ତି କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଏହି ଦୁଇ ଅଭିନେତ୍ରୀ ମଧ୍ୟ ବହୁତ ଖୁସି ଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଗୀତକୁ ମିକା ସିଂହ ଗାଇଛନ୍ତି। ଦେଖନ୍ତୁ ‘ପତି ପତ୍ନୀ ଔର ୱ ’ ଫିଲ୍ମର ଗୀତ ‘ଆଂଖିଓ ସେ ଗୋଲି ମାରେ’।

ଏହି ଗୀତ ୧୯୯୮ରେ ଆସିଥିବା ଫିଲ୍ମ ‘ଦୁହ୍ଲେ ରାଜା’ଙ୍କ ଗୀତ ‘ ଆଂଖିଓ ସେ ଗୋଲି ମାରେ’ର ରିମିକ୍ସ। ଗୋବିନ୍ଦାଙ୍କ ଏହି ଗୀତରେ କାର୍ତ୍ତିକ ଆର୍ୟନ, ଭୂମି ପେଡନେକର ଏବଂ ଅନନ୍ୟା ପାଣ୍ଡେ ଡ୍ୟାନ୍ସ ଷ୍ଟେପ କରୁଥିବାର ନଜର ଆସିଛନ୍ତି। ଏହି ସ୍ଟେପକୁ ଦେଖିଲେ ଆପଣଙ୍କୁ ଗୋବିନ୍ଦର ମନେ ପଡିଯିବେ। ଏହି ଫିଲ୍ମ ୬ ଡିସେମ୍ବରରେ ରିଲିଜ୍‌ ହେବ।

ଏହାସହ ପଢନ୍ତୁ : ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.