Below header

WhatsAppର ନୂଆ ଫିଚର: ଏବେ ବିନା ଅନୁମତିରେ କେହି ଆପଣଙ୍କୁ ଗ୍ରୁପରେ କରିପାରିବେ ନାହିଁ ଆଡ୍

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ଵାଟ୍‌ସଆପ୍‌ ଏବେ ୟୁଜର୍ସଙ୍କ ପ୍ରାଇଭେସିକୁ ଦୃଷ୍ଟିରେ ରଖି ଆଉ ଏକ ନୂଆ ଫିଚର ଘୋଷଣା କରିଛି। ଏହି ଫିଚର ଅନୁସାରେ ଏବେ କୌଣସି ବ୍ୟକ୍ତି ଜଣଙ୍କ ବିନା ଅନୁମତିରେ ତାଙ୍କୁ ଗ୍ରୁପରେ ମିଶାଇପାରିବେ ନାହିଁ। ଏହି ଫିଚର ଆଣ୍ଡ୍ରଏଡ୍ ଓ ଆଇଓଏସ୍ ୟୁଜର୍ସଙ୍କୁ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଥମେ ଆଇଓଏସ୍ ୟୁଜର୍ସଙ୍କୁ ଓ ପରେ ଆଣ୍ଡ୍ରଏଡ୍ ଉପଭୋକ୍ତାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି ଜଣାଯାଇଛି।

ଏଥିପାଇଁ ପ୍ରଥମେ ଆପଣଙ୍କୁ ହ୍ଵାଟ୍‌ସଆପ୍‌ ଅପଡେଟ୍ କରିବାକୁ ପଡିବ। ଏବେ Settingsକୁ ଯାଆନ୍ତୁ, ବର୍ତ୍ତମାନ ପ୍ରାଇଭେସୀ ସେଟିଂ ଉପରେ କ୍ଲିକ କରନ୍ତୁ। ଏବେ Group ସିଲେକ୍ଟ କରନ୍ତୁ। ଏଥିରେ ଆପଣଙ୍କୁ Everyone, My Contacts ଓ Nobody ଅପ୍ସନ ଦେଖାଇବ। ଯଦି Nobody ଅପ୍ସନ ସିଲେକ୍ଟ କରୁଛନ୍ତି, ତେବେ ଆପଣଙ୍କୁ କେହି ଗ୍ରୁପରେ ଆଡ୍ କଲେ ଆପଣଙ୍କ ପାଖକୁ ଏକ ଇନଭିଟେସନ୍ ରିକ୍ବେଷ୍ଟ ଆସିବ। ଯାହାକୁ ଆପଣ Accept କିମ୍ବା Decline କରିପାରିବେ।

ଏହାସହ ପଢନ୍ତୁ: WhatsAppରେ ଅନ୍ୟମାନଙ୍କ Status ଡାଉନ୍‌ଲୋଡ୍‌ କରିବା ଏବେ ହେଲା ସହଜ, ଜାଣନ୍ତୁ ସରଳ ଉପାୟ

ହ୍ଵାଟ୍‌ସଆପ୍‌ରେ ଗ୍ରୁପ ପ୍ରାଇଭେସି ସେଟିଂର ଏହି ଅପଡେଟ୍ ସହିତ Nobody ଫିଚରକୁ ରିପ୍ଲେସ କରାଯାଇଛି। ଏବେ ଏହା ସ୍ଥାନରେ My contacts exceptର ଅପ୍ସନ ରହିଛି। ଏହି ଫିଚରରେ ଆପଣଙ୍କୁ କିଏ ଗ୍ରୁପରେ ଆଡ କରିପାରିବ ଆଉ କିଏ କରିପାରିବ ନାହିଁ ତାହା ଆପଣ ସିଲେକ୍ଟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.