ହ୍ଵାଟସଆପରେ ଫଟୋ ଏଡିଟ୍ ପାଇଁ ଆସିବ ଦୁଇଟି ନୂଆ ଫିଚର, ଜାଣନ୍ତୁ କେବେ ହେବ ଲଞ୍ଚ

ହ୍ଵାଟସଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି। ଆଣ୍ଡ୍ରଏଡ ଆପ ହ୍ଵାଟସଆପର ଏହି ଫିଚର ରହିଛି ସବୁଠୁ ଅଲଗା।ଏହି ଫିଚରର ନାମ ରହିଛି Sketching tool। ଏବେ ଆପ୍ ଭଏସ୍ କିମ୍ବା ଭିଡ଼ିଓ କଲ ବଦଳରେ ଫଟୋ ଉପରେ ବେଶି ଗୁରୁତ୍ୱ ଦେଇଛି। ଏହାକୁ ଅଧିକ ଆକର୍ଷିତ କରିବା ପାଇଁ ନୂଆ ଫିଚର ଆଣିଛି। ଏହାଦ୍ୱାରା ୟୁଜର୍ସ ଫଟୋ କିମ୍ବା ସ୍କ୍ରିନସଟ କୁ ଡିଜାଇନ କରି ପଠାଇପାରିବେ।
ଫଟୋକୁ ଅଧିକ ଆକର୍ଷିତ କରିବା ପାଇଁ ଏହି ଫିଚର ଲଞ୍ଚ କରାଯିବ। ତୁରନ୍ତ ଫଟୋ Edit ପାଇଁ ଏହା ସାହାଯ୍ୟ କରିବ। WABetaInfoର ରିପୋର୍ଟ ଅନୁଯାୟୀ, ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ଇନ ବିଲ୍ଟ ମିଡିଆ ଏଡିଟରରେ ଦୁଇଟି ନୂଆ ପେନସିଲ ବା Sketching tool ଆଡ୍ ହେବ। ଏହାପୂର୍ବରୁ ଗୋଟିଏ ପେନସିଲ ଟୁଲ୍ ଥିଲା। ଏବେ ପର୍ଯ୍ୟନ୍ତ କେବଳ କଲର କଷ୍ଟମାଇଜ ପାଇଁ ଅପସନ୍ ରହିଥିଲା। ଏବେ କିନ୍ତୁ ଆଉ ଦୁଇଟି ଟୁଲ ଆଡ୍ କରାଯିବ।

ଏହସହିତ କମ୍ପାନୀ ପକ୍ଷରୁ ଏକ ନୂଆ ବ୍ଲର ଫିଚର ମଧ୍ୟ ଲଞ୍ଚ ହେବ। ଏହାଦ୍ୱାରା ୟୁଜର୍ସ ଫଟୋ ସେଣ୍ଡ କରିବା ପୂର୍ବରୁ ଏହାର କିଛି ଅଂଶକୁ ବ୍ଲର କରିପାରିବେ। ଏହା ୟୁଜର୍ସଙ୍କ ପାଇଁ ଖୁବ ଆବଶ୍ୟକ ହେବ। ଯଦି ଆପଣ ସମ୍ବେଦନଶୀଳ ଡାଟା ସହ ଅଧିକ ସ୍କ୍ରିନସଟ୍ ପଠାଉଛନ୍ତି ତେବେ ଏହା ଖୁବ ଉପଯୋଗୀ ହେବ। ମାନେ ଆପଣ ସେହି ଅଂଶକୁ କ୍ରପ କରିପାରିବେ।
କିନ୍ତୁ ଆପଣ ନିଜ କଥାବାର୍ତ୍ତାର ସ୍କ୍ରିନସଟ ମଝିରେ ଥିବା ସେହି ଫଟୋକୁ କ୍ରପ କରିପାରିବେ ନାହିଁ। ତେବେ ଏହି ସମୟରେ ଆପଣ ଷ୍ଟିକରର ବ୍ୟବହାର କରିପାରିବେ। ତେବେ ଏହା ଏବେ ପର୍ଯନ୍ତ ଆପ୍ ରେ ଉପଲବ୍ଧ ହୋଇନାହିଁ। କିନ୍ତୁ କମ୍ପାନୀ ଏହାକୁ ଖୁବ ଶୀଘ୍ର ଲଞ୍ଚ କରିବାର ପ୍ଲାନିଂ ରଖିଛି। ଆଣ୍ଡ୍ରଏଡ ପାଇଁ ହ୍ଵାଟସଆପର ବିଟା ଭର୍ସନରେ ଏହି ଫିଚର ପ୍ରଥମେ ଆସିବ।