ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଁଞ୍ଚିଲା ୩୦ ହଜାର ଓମିସିୟୋର୍‌ କିଟ୍‌, ଠିକ୍‌ ଅଛି କି ନାହିଁ ଚାଲିଛି ଡ୍ରାଏ ରନ୍‌

ଭୁବନେଶ୍ୱର(କେନ୍ଯୁଜ୍): ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଁଞ୍ଚିଲା ଓମିସିଓର କିଟ୍‌। ୩୦ ହଜାର ଓମିସିୟୋର୍‌ କିଟ୍‌ ଆସି ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ RMRCକୁ କିଟ୍‌ ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ବ୍ରହ୍ମପୁର, କଟକ , ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ କିଟ୍‌।

କିଟ୍‌ ଆସିବା ପରେ ଡ୍ରାଏ ରନ୍‌ ଚାଲିଛି। କିଟ୍‌ ଠିକ୍‌ ଅଛି କି ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ କିଟ୍‌ ପଠାଯିବ। ସହଜରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ।