ଫେସବୁକ୍ ମେସେଞ୍ଜର ଜରିଆରେ WHO ଆରମ୍ଭ କଲା ଇଣ୍ଟରାକଟିଭ COVID-19 ସେବା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଲୋକମାନଙ୍କୁ କରୋନା ଭାଇରସ୍ ସମ୍ପର୍କରେ ଠିକ୍ ସମୟରେ ସଠିକ ସୂଚନା ପ୍ରଦାନ କରିବା ପାଇଁ ଫେସବୁକ୍ ମେସେଞ୍ଜରରେ ଏକ ଇଣ୍ଟରାକଟିଭ ସର୍ଭିସ୍ ଆରମ୍ଭ କରିଛି । WHO 103 କୋଟିରୁ ଅଧିକ ଆକ୍ଟିଭ ୟୁଜର୍ସ ନିକଟରେ ଏହି ସେବା ପହଞ୍ଚାଇବ ବୋଲି ସୋସିଆଲ ନେଟୱାର୍କିଂ କମ୍ପାନୀ ଘୋଷଣା କରିଛି । ମେସେଞ୍ଜରରେ ୟୁଜର୍ସ ପ୍ରଶ୍ନ ପଚାରିବା ପରେ WHOର ହେଲଥ୍ ଆଲର୍ଟ ଇଣ୍ଟରାକଟିଭ ସେବା ପକ୍ଷରୁ ତୁରନ୍ତ ଉତ୍ତର ପାଇପାରିବେ ।

ସୁଚନା ଅନୁଯାୟୀ WH ର ହେଲଥ୍ ଆଲର୍ଟ ସର୍ଭିସ୍ ପୂର୍ବରୁ WhatsApp ମାଧ୍ୟମରେ 1.2 କୋଟିରୁ ଅଧିକ ୟୁଜର୍ସଙ୍କ ପାଖରେ ପହଁଚି ସାରିଛି । ତେବେ ବର୍ତ୍ତମାନ୍ ମେସେଞ୍ଜର ମାଧ୍ୟମରେ WHO ନିଜର ନେଟୱାର୍କ ବିସ୍ତାର କରିବାରେ ସକ୍ଷମ ହୋଇପାରିବ । ଦେଶର ଏଭଳି ସଂକଟ ପରିସ୍ଥିତିରେ ଭୁଲ ସୂଚନା ଏବଂ ଗୁଜବ ଲୋକମାନଙ୍କ ଭିତରେ ଏକ ପ୍ରକାର ଭୟ ସୃଷ୍ଟି କରୁଛି ଯେଉଁଥିରୁ ରକ୍ଷା ପାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପରି ଏକ ପଦକ୍ଷେପ ନେଇଛି ବୋଲି ଘୋଷଣା କରିଛି ।

WHO ସ୍ପ୍ରିଙ୍କଲର ସାହାଯ୍ୟରେ ମେସେଞ୍ଜରରେ ଏକ୍ସପିରିଏନ୍ସ ବନାଇଛି । ତେବେ ଏହି ହେଲଥ୍ ଆଲର୍ଟ ଇଣ୍ଟରାକଟିଭ ସର୍ଭିସକୁ WHOର ଅଫିସିଆଲ ଫେସବୁକ୍ ପେଜ୍ ଜରିଆରେ ସେଣ୍ଡ ମେସେଜକୁ ସିଲେକ୍ଟ କରି ନଚେତ୍ ମେସେଞ୍ଜର ଲିଙ୍କ୍ ଜରିଆରେ ଆକସେସ୍ କରାଯାଇପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.