ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ, ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ରେ ପହଁଚିଛି

ନୂଆଦିଲ୍ଲୀ: ବିଶ୍ୱରେ ବଢିବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱରେ ଏଯାଏ ୨୦ଲକ୍ଷ ୮୨ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧ଲକ୍ଷ ୩୪ ହଜାର ୬୦୩ ହୋଇଛି। ୫ଲକ୍ଷ ୧୦ ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି ।ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ୬ ଲକ୍ଷ ୪୪ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକାରେ ମୃତ୍ୟୁ ସଂଖ୍ୟା ୨୮ ହଜାର ୫୨୯ରେ ପହଞ୍ଚିଛି । ସେହିପରି ସ୍ପେନ୍‌ରେ ୧ଲକ୍ଷ ୮୦ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୧୮ହଜାର ୮୧୨ଜଣଙ୍କର ଜୀବନ ଗଲାଣି। । ଇଟାଲିରେ ୧ଲକ୍ଷ ୬୫ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୨୧ହଜାର ୬୪୫ ମୃତ୍ୟୁ ହୋଇଛି । ଜର୍ମାନୀରେ ୧ଲକ୍ଷ ୩୪ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୩,୮୦୪ ଜଣଙ୍କର ଜୀବନ ଗଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.