ଜିଓମିର ନୂଆ Mi Mix 4  ସ୍ମାର୍ଟଫୋନ ଲଞ୍ଚ, ଫିଚର୍ସ ଅଛି ଦମଦାର

ପପୁଲାର ଟେକ୍ନୋଲୋଜି କମ୍ପାନୀ ଜିଓମି ଆଜି ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ । କମ୍ପାନୀ ଫ୍ଲାଗସିପ ସ୍ମାର୍ଟଫୋନ Mi Mix 4 ବ୍ୟତିତ Mi Pad 5 Series ଟାବଲେଟ ସହ ସ୍ମାର୍ଟଟିଭି ମଧ୍ୟ ଲଞ୍ଚ ହେବାର ସମ୍ଭାବନା ରହିଛି । ଏହା ସାମସଙ୍ଗ ଓ ଗାଲେକ୍ସି ଅନପ୍ୟାକଡ ଇଭେଣ୍ଟ ପୂର୍ବରୁ ହେବ । ଏହା ସଂନ୍ଧ୍ୟା ୭ଟାରେ ନୂଆ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହାର ଫିଚର୍ସକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି ।

ଜିଓମିର Mi Mix 4 ସ୍ମାର୍ଟଫୋନରେ FHD +ରିଜଲ୍ୟୁସନ ଏବଂ 120Hz  ରିଫ୍ରେଶ ରେଟ OLED ଡିସପ୍ଲେ ରହିଛି । ଫୋନ କ୍ୱାଲାକମ ସ୍ନାପଡ୍ରାଗନ 888 କିମ୍ବା ନୂଆ 888 ନୂଆ ପ୍ଲସ ପ୍ରୋସେସର ସହ ସାମ୍ନାକୁ ଆସିବାର ସମ୍ଭାବନା ଥିଲା । ଏଥିରେ 12GB ର‌୍ୟାମ ସହ 512GB  ଷ୍ଟୋରେଜ ସିଷ୍ଟମ ରହିଛି ।

5,000mAh ବ୍ୟାଟେରୀ ଦିଆଯାଇଛି । ଯାହା 120W ବାଇଡ ଏବଂ 80W  ୱାୟାରଲେସ ଚାର୍ଜିଂ ସପୋର୍ଟ ସିଷ୍ଟମ ରହିଛି । ଫଟୋଗ୍ରାଫୀ ପାଇଁ ଫୋନରେ ଟ୍ରିପଲ ରିୟର କ୍ୟାମେରା ରହିଛି । ଏହା 108 ମେଗାପିକ୍ସଲ ର ପ୍ରାଇମେରୀ ସେଂସର ,48MP  ର ଅଲଟ୍ରା ବାଇଣ୍ଡ ସେଂସର ସହ ସାମ୍ନାକୁ ଆସିଛି । ଏହାର ଦାମ ମଧ୍ୟ ଖୁବ ଶସ୍ତା ରହିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.