ଜିଓମି ଆଣିଛି ଏପରି ସ୍ମାର୍ଟ ଚଷମା : ବିନା ଫୋନରେ ହେବ କଲିଂ ଓ ଉଠିବ ଫଟୋ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ଜିଓମି ନୂଆ ସ୍ମାର୍ଟ ଗ୍ଲାସ ଲଞ୍ଚ କରିଛି । ଯେଉଁଥିରେ କଲିଂ କରିବା ସହ ଫଟୋ ମଧ୍ୟ ଉଠାଇ ପାରିବେ । ଏଥିରେ ନାଭିଗେସନ ଭଳି ବିଭିନ୍ନ ସୁବିଧା ରହିଛି । ଲାଇଭ ଟ୍ରାନ୍ସଲେସନ ଓ ଫଟୋ ନେବା ପାଇଁ ଏକ କ୍ୟାମେରା ରହିଛି । ତେବେ ନିକଟରେ ଏହା ବଜାରକୁ ଆସିବା ନେଇ ସମ୍ଭାବନା ଥିବାରୁ କମ୍ପାନୀ ଏହାର ସ୍ପେସିଫିକେସନ ସେୟାର କରିଛି ।

ସ୍ମାର୍ଟ ଗ୍ଲାସରେ କ’ଣ ରହିଛି ଖାସ :

ଏଥିରେ ଏଆର୍‌ ଫିଚର୍ସ ସହିତ ମୋନୋକ୍ରୋମ ମାଇକ୍ରୋଏଲଇଡି ଡିସ୍‌ପ୍ଲେ ର ସୁବିଧା ରହିଛି । OLED ତୁଳନାରେ ବ୍ରାଣ୍ଡ ନିଜର ହାଇ ପିକସେଲ ଡେନସିଟି କାରଣରୁ ଏହି ବିକଳ୍ପ ବାଛିଚି ।

କ’ଣ କହୁଛି ଜିଓମି :

ଏଥିରେ ମାଇକ୍ରୋଏଲଇଡି ଡିସପ୍ଲେ ସହ ସହଜ ସ୍କ୍ରିନ ଇଣ୍ଟିଗ୍ରେସନ ଅନୁମତି ଦେଇଛି । କମ୍ପାନୀର ଭିଡ଼ିଇ ଟିଜର ଅନୁସାରେ ଏହି ସ୍ମାର୍ଟ ଗ୍ଲାସ ବହୁତ ହ୍ୟାଣ୍ଡି ହେବ । ଏଥିରେ ଲାଇଭ ଟ୍ରାନ୍ସଲେସନ, ରିୟଲ ଟାଇମ୍‌ ନାଭିଗେସନ, ଡିସପ୍ଲେ ଉପରେ ନୋଟିଫିକେସନ ଓ ଅନ୍ୟ ଉପଯୋଗୀ ଫଙ୍କସନ ମଧ୍ୟ ସାମିଲ ରହିଛି ।

ଦମଦାର କ୍ୟାମେରା :

ବିଶେଷକରି ସ୍ମାର୍ଟ ଚଷମା, ସ୍ମାର୍ଟଫୋନ୍‌ ବିନା ମଧ୍ୟ କାମ କରିପାରିବ । ଏହା ସ୍ୱତନ୍ତ୍ର କାରଣ ଏହା ଏକ ଆଣ୍ଡ୍ରଏଡ୍‌ ଡିଭାଇସ । ଏହା ଆର୍ମ ପ୍ରୋସେସରକୁ ସପୋର୍ଟ କରିଥାଏ । ଏଥିରେ ଓ୍ଵାଇଫାଇ, ବ୍ଲୁଟୁଥ, ବ୍ୟାଟେରୀ ଓ ଗୋଟିଏ ୫ ମେଗା ପିକ୍ସେଲର କ୍ୟାମେରା ଦିଆଯାଇଛି । ଏହାର ଓଜନ କେବଳ ୫୧ ଗ୍ରାମ ବୋଲି କମ୍ପାନୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.