୩ ହଜାର ଟଙ୍କାରୁ ବି କମ ଦାମରେ କିଣି ପାରିବେ ଜିଓର ଏହି 4G ଫୋନ, ପୂର୍ବରୁ ହିଁ ରହିଛି ହ୍ଵାଟ୍ସଆପ୍‌ ଏବଂ ୟୁଟ୍ୟୁବ୍

ଦୀପାବଳି ପୂର୍ବରୁ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ଦାମରେ ଏକ 4G ଫୋନ ଲଞ୍ଚ କରିଛି । ଏହି ଲାଟେଷ୍ଟ ଜିଓ ଫୋନ ଅନେକ ଆପ୍ସକୁ ସପୋର୍ଟ କରେ । ତେବେ ଏହି ଫୋନର ଦାମ କେତେ ରହିଛି ଏବଂ ଏଥିରେ କଣ ଫିଚର୍ସ ରହିଛି ଆସନ୍ତୁ ଜାଣିବା ।

ଦୀପାବଳି ପୂର୍ବରୁ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ଦାମରେ ଏକ 4G ଫୋନ ଲଞ୍ଚ କରିଛି । ଏହି ଲାଟେଷ୍ଟ ଜିଓ ଫୋନ ଅନେକ ଆପ୍ସକୁ ସପୋର୍ଟ କରେ । ତେବେ ଏହି ଫୋନର ଦାମ କେତେ ରହିଛି ଏବଂ ଏଥିରେ କଣ ଫିଚର୍ସ ରହିଛି ଆସନ୍ତୁ ଜାଣିବା । କମ୍ପାନୀ ଦ୍ୱାରା ଲଞ୍ଚ କରାଯାଇଥିବା ଏହି JioPhone Prima 4G ଫୋନର ଦାମ ୨,୫୯୯ ଟଙ୍କା ଏବଂ ଏହି ଫୋନ୍ ଦୀପାବଳିରେ ବିକ୍ରି ପାଇଁ ଉପଲବ୍ଧ ହେବ । ଯଦି ଆପଣ ମଧ୍ୟ JioPhone Prima 4G ଫୋନର ସମସ୍ତ ଡିଟେଲ ଜାଣିବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଏହି ଫୋନ ବିଷୟରେ ଜଣାଇବୁ ।

JioPhone Prima 4G ର ସ୍ପେସିଫିକେସନ୍‌ :
ଜିଓର ଏହି ଫୋନରେ 320×240 ପିକ୍ସେଲର ରିଜୋଲୁସନ ସହିତ ୨.୪ ଇଞ୍ଚର TFT ଡିସପ୍ଲେ ଏବଂ ୦.୩ MPର ଫ୍ରଣ୍ଟ ଫେସିଙ୍ଗ କ୍ୟାମେରା ଦିଆଯାଇଛି । JioPhone Prima 4G ଫୋନରେ ଆପଣ ପୂର୍ବରୁ ହିଁ ହ୍ଵାଟ୍ସଆପ୍‌ ଏବଂ ୟୁଟ୍ୟୁବ୍ ଇନଷ୍ଟଲ ପାଇବେ । ଫୋନର ରିୟର ପ୍ୟାନେଲରେ ସ୍ପୋର୍ଟସ୍ ରିୟର LED ଫ୍ଲାସ୍ ଲାଇଟ୍ ସହିତ ଏକ କ୍ୟାମେରା ଦିଆଯାଇଛି । JioPhone Prima 4G ଫୋନରେ, ଆପଣଙ୍କୁ ବ୍ଲୁଟୁଥ୍ 5.0 କନେକ୍ଟିଭିଟି ଏବଂ FM ରେଡିଓ ସହିତ ଜିଓ ଟିଭି, ଜିଓ ସିନେମା, ଜିଓ ନ୍ୟୁଜ୍ ଏବଂ ଜିଓ ପେ UPI ପେମେଣ୍ଟ ଆପ୍ ଇନଷ୍ଟଲ୍‌ ହୋଇଥିବା ପାଇବେ । ଆପଣ ନିଜ ମନ ପସନ୍ଦର ଭାଷାରେ ଏହି ଫୋନ ବ୍ୟବହାର କରି ପାରିବେ । କାରଣ ଏହି 4G ଫୋନରେ ୨୩ଟି ଭାଷା ସପୋର୍ଟ କରାଯାଇଛି ।

JioPhone Prima 4G ର ଫିଚର୍ସ :
ଜିଓର ଏହି ଫୋନ୍ ARM Cortex A53 ଚିପସେଟରେ ଚାଲିଥାଏ, ଯାହା ୫୧୨ MB RAM ଏବଂ ୧୨୮GBର ଇଣ୍ଟରନାଲ ଷ୍ଟୋରେଜ୍‌ ସହିତ ପେୟାର କରାଯାଇଛି । ଅନ୍ୟପଟେ JioPhone Prima 4G ଫୋନ୍ KaiOS ରେ ରନ୍‌ କରିଥାଏ ଏବଂ ଏଥିରେ ୧୮୦୦mAhର ପାଓ୍ଵାରଫୁଲ ବ୍ୟାଟେରୀ ଦିଆଯାଇଛି । ଏହି ଫୋନରେ ଏକ ବର୍ଷ ପାଇଁ ଓ୍ଵାରେଣ୍ଟି ମଧ୍ୟ ମିଳୁଛି । ଏହି ଫୋନରେ ୧୨୮ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍‌ ଦିଆଯାଇଛି ଯାହା ୟୁଜରଙ୍କୁ ପସନ୍ଦ ଆସିବ । ଏହି ଫୋନକୁ ଦୁଇଟି କଲର ଅପ୍ସନରେ କିଣି ପାରିବେ । ତେବେ ଏହି 4G ଫୋନର ଦାମ ୨,୫୯୯ ଟଙ୍କା ରଖାଯାଇଛି । ଆପଣ JioMartର ଅଫିସିଆଲ େଓ୍ଵବସାଇଟରୁ ଏହା କିଣି ପାରିବେ ବୋଲି ଜଣା ପଡ଼ିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.