ନ୍ୟୁଜିଲାଣ୍ଡକୁ ଝଟକା, ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରୁ ବାଦ୍‌ ପଡିଲେ ଅଧିନାୟକ କେନ ଓ୍ଵିଲିୟମସନ

ନ୍ୟୁଜିଲାଣ୍ଡ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ କେନ ଓ୍ଵିଲିୟମସନ ଆହତ ଜନିତ କାରଣରୁ ସାଉଥ ଆଫ୍ରିକା ମ୍ୟାଚରୁ ବାଦ୍‌ ପଡିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି ।

ଆଜି ବିଶ୍ୱକପରେ ପୁନେ ଏମସିଏରେ ସାଉଥ ଆଫ୍ରିକା -ନ୍ୟୁଜିଲାଣ୍ଡ ଲଢେଇ । ଉଭୟ ଦଳ ୬ଟି ମ୍ୟାଚ ଖେଳିଛନ୍ତି । ସାଉଥ ଆଫ୍ରିକା ୫ଟି ବିଜୟ ସହ ପଏଣ୍ଟ ଟେବୁଲ ତାଲିକାର ୫ମ ଓ ନ୍ୟୁଜିଲାଣ୍ଡ ୪ଟି ବିଜୟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ଜିତିଲେ ସାଉଥ ଆଫ୍ରିକା ଟିମ ସେମି ଫାଇନାଲରେ ସ୍ଥାନ ବଜାୟ ରଖିବ । ତେଣୁ ଏହି ମ୍ୟାଚ୍କୁ ଜିତି ସାଉଥ ଆଫ୍ରିକା ପୁଣି ଶୀର୍ଷ ସ୍ଥାନକୁ ଫେରିବା ଲକ୍ଷ୍ୟ ରଖିଛି । ଏପଟେ ନ୍ୟୁଜିଲାଣ୍ଡ ଆଜିର ମ୍ୟାଚ ହାରିଲେ ଆଫଗାନିସ୍ତାନ ଓ ପାକିସ୍ତାନ ପାଇଁ ସେମି ଆଶା ଆହୁରି ବଢିବ । ତେଶୁ ସେମିରେ ଆଶା ମଜବୁତ କରିବାକୁ ହେଲେ ଏହି ମ୍ୟାଚ ଜିତିବାକୁ ହେବ ।

ଏଭଳି ପରିସ୍ଥିତିରେ ନ୍ୟୁଜିଲାଣ୍ଡ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ କେନ ଓ୍ଵିଲିୟମସନ ଆହତ ଜନିତ କାରଣରୁ ସାଉଥ ଆଫ୍ରିକା ମ୍ୟାଚରୁ ବାଦ୍‌ ପଡିଛନ୍ତି । ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛି । ଆହତ ଜନିତ ସମସ୍ୟା ଯୋଗୁଁ ସାଉଥ ଆଫ୍ରିକା ମ୍ୟାଚରେ ଖେଳିବେନି କେନ୍‌ । ପାକିସ୍ତାନ ବିପକ୍ଷ ମ୍ୟାଚରେ ଆହତ ହୋଇଥିଲେ । ତେଣୁ ସାଉଥ ଆଫ୍ରିକା ମ୍ୟାଚରୁ ବାଦ୍‌ ପଡିପାରନ୍ତି ।

ସେହିପରି ଆହତ ଯୋଗୁଁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଥିବା ଦ୍ରୁତ ବୋଲର କାଗିସୋ ରବାଡ଼ା ମ୍ୟାଚ୍ ପୂର୍ବରୁ ସୁସ୍ଥ ହୋଇଯାଅନ୍ତୁ ବୋଲି ଦକ୍ଷିଣ ଆଫ୍ରିକା ଆଶା ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.