Below header

ବାହାର ରାଜ୍ୟକୁ ଚାଲାଣ ବେଳେ ୨୬ ଦାଦନ ଉଦ୍ଧାର, ୨ ଜଣ ଦଲାଲ ଅଟକ

କଣ୍ଟାବାଞ୍ଜି ପୋଲିସକୁ ବଡ଼ ସଫଳତା । ଗତକାଲି ବିଳମ୍ବିତ ରାତିରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ ।

କଣ୍ଟାବାଞ୍ଜି (କେନ୍ୟୁଜ): ୨୬ ଜଣ ଦାଦନ ଉଦ୍ଧାର । ୨ ଜଣ ଦଲାଲ ଅଟକ । ଗତକାଲି ବିଳମ୍ବିତ ରାତିରେ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପୋଲିସ । ଏମାନଙ୍କ ଘର ସମ୍ବଲପୁର ଜିଲ୍ଲା ଗୋଡଭଙ୍ଗା ବ୍ଲକ ଧନକଉଡା ଓ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଲାଠୋର ଗାଁ ର ବୋଲି ଜଣାପଡିଛି।

ଉଦ୍ଧାର ଶ୍ରମିକ ମାନଙ୍କ ମଧ୍ୟରେ ୧୨ ପୁରୁଷ , ୫ ଶିଶୁ, ୯ ମହିଳା ଅଛନ୍ତି । କଣ୍ଟାବାଞ୍ଜି ଥାନାରେ ୨ ଜଣ ଦାଦନ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରୁଛି କଣ୍ଟାବାଞ୍ଜି ପୋଲିସ। ସମସ୍ତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା ପୋଲିସ । ବେଆଇନ ଦାଦନ ଚାଲାଣ ହେଉଥିବା ଜଣାପଡିଛି l ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠେଇ ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.