ପୁଣି ଜଣେ ଓଡିଆଙ୍କୁ ଗୁରୁ ଦାୟିତ୍ବ, ଜମ୍ମୁ କଶ୍ମୀରର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ରଶ୍ମି ରଞ୍ଜନ ସ୍ବାଇଁ

ପୁଣି ଜଣେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ। ଜମ୍ମୁ କଶ୍ମୀରର ୧୭ ତମ ଡିଜିପି ଭାବେ ଦିଲବାଗ ସିଂଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂଆ ଦାୟିତ୍ବ ନେବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ।

(କେନ୍ୟୁଜ): ପୁଣି ଜଣେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ବ। ଜମ୍ମୁ କଶ୍ମୀରର ଡିଜିପି ଭାବେ ଦାୟିତ୍ବ ଗ୍ରହଣ କଲେ ଆଇପିଏସ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁ। ଜମ୍ମୁ କଶ୍ମୀରର ୧୭ ତମ ଡିଜିପି ଭାବେ ଦିଲବାଗ ସିଂଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଛନ୍ତି । ନୂଆ ଦାୟିତ୍ବ ନେବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି । ୧୯୯୧ ବ୍ୟାଚର AGMUT କ୍ଯାଡରର ଓଡ଼ିଆ ଆଇପିଏସ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ। ଜଣେ ଦକ୍ଷ, ସଚ୍ଚୋଟ ଆଇପିଏସ ଅଧିକାରୀ ଭାବେ ସେ ବେଶ ଲୋକପ୍ରିୟ।

୨୦୦୦ ମସିହାରେ ଯେତେବେଳେ ଜମ୍ମୁକଶ୍ମୀରରେ ଆତଙ୍କବାଦ ଚରମସୀମାରେ ଥିଲା, ସେତେବେଳେ ଜମ୍ମୁ କଶ୍ମୀରର ଦୁଇ ରାଜଧାନୀରେ ସେ ବରିଷ୍ଠ ଏସପି ଭାବେ ଦାୟିତ୍ବ ତୁଲାଇଥିଲେ। ପରେ ପନ୍ଦର ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନରେ ରହି ଅନେକ ପଦପଦବୀରେ ଦାୟିତ୍ବ ନିର୍ବାହ କରିଛନ୍ତି। ନିଜ କାର୍ଯ୍ଯରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଫରେନ ପୋଷ୍ଟିଂ ମଧ୍ୟ ମିଳିଥିଲା। ୨୦୨୦ରେ ଜମ୍ମୁକଶ୍ମୀର ସରକାରଙ୍କ ଅନୁରୋଧରେ ପୁଣି ଜମ୍ମୁ କଶ୍ମୀରକୁ ଫେରିଥିଲେ ରଶ୍ମିରଞ୍ଜନ। କେନ୍ଦ୍ରଶାସିତ ଅଞ୍ଚଳକୁ ଫେରିବା ପରେ ଜମ୍ମୁ କଶ୍ମୀରର ଗୁଇନ୍ଦା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଗୁଇନ୍ଦା ମୁଖ୍ୟ ଭାବେ ଆତଙ୍କବାଦର ସଫଳତାର ସହ ମୁକାବିଲା କରିଥିଲେ। ବହୁ ଆତଙ୍କବାଦ ନେଟୱର୍କ ଧ୍ବଂସ, ଆତଙ୍କବାଦକୁ ପାଣ୍ଠି ଯୋଗାଉଥିବା ସଂସ୍ଥାର ମୂଳୋତ୍ପାଟନ ସହ ବିଭିନ୍ନ ସମୟରେ ହେଉଥିବା ପଥରମାଡ଼କୁ ରୋକିବାରେ ସଫଳ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.