Below header

ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଥିଲେ ସାବଧାନ! ବ୍ୟାନ୍‌ ହୋଇଯିବ ଆପଣଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟ

ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ୍‌ ସମସ୍ତଙ୍କ ପାଇଁ ଏକ ଜରୁରୀ ଆପ୍‌ ପାଲଟିଯାଇଛି। ଏଣୁ ଅଧିକାଂଶ ଲୋକ ମେସେଜ୍‌, କଲ ଆଦି କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ହ୍ଵାଟ୍ସଆପ୍‌ ବ୍ଲକ୍‌ ହୋଇଯାଏ ତେବେ ଆପଣ କ’ଣ କରିବେ? ଏକଥା ଚିନ୍ତା କରିବା ବେଳକୁ ହିଁ ଟେନ୍ସନ୍‌ ଲାଗୁଛି। କିନ୍ତୁ ହ୍ଵାଟ୍ସଆପ୍‌ ପକ୍ଷରୁ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଥିବା ହ୍ଵାଟ୍ସଆପ୍‌ ୟୁଜରଙ୍କ ପାଇଁ ଏଭଳି ଘୋଷଣା କରିଛି କମ୍ପାନୀ।

ହ୍ଵାଟ୍ସଆପ୍‌ରେ ଦିନକୁ ଦିନ ନୂଆ ନୂଆ ଫିଚର ଆଡ୍‌ କରାଯାଉଥିଲେ ମଧ୍ୟ କେତେକ ଏଭଳି ଫିଚର ଅଛି ଯାହା ଏବେ ମଧ୍ୟ ହ୍ଵାଟ୍ସଆପ୍‌ରେ ଉପଲବ୍ଧ ନାହିଁ। ଯଥା: ଅଟୋ ରିପ୍ଲାଏ ଓ ସିଡ୍ୟୁଲ ଚାଟ୍‌। ଏହି ଫିଚର ପାଇବାକୁ କିଛି ଲୋକ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଛନ୍ତି। ସେଭଳି ୟୁଜରଙ୍କ ପାଇଁ ହ୍ଵାଟ୍ସଆପ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅନ୍‌ଅଫିସିଆଲ ଭର୍ସନ ବ୍ୟବହାର କରୁଥିବା ୟୁଜରଙ୍କ ଆକାଉଣ୍ଟଙ୍କୁ ହ୍ଵାଟ୍ସଆପ୍‌ ବ୍ୟାନ୍‌ କରିବ ବୋଲି କହିଛି।

ଏହି ଥାର୍ଡ ପାର୍ଟି ଆପ୍‌ ୟୁଜରଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିସହ ଫୋନ୍‌ ହ୍ୟାକ୍‌ କରିବାର ଆଶଙ୍କା ମଧ୍ୟ ରହିଛି। ଏଣୁ ଯେଉଁମାନେ ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଛନ୍ତି ସେମାନେ ତାହାକୁ ତୁରନ୍ତ ଅନ୍‌ ଇନ୍‌ଷ୍ଟଲ କରନ୍ତୁ ନଚେତ୍‌ ହ୍ଵାଟ୍ସଆପ୍‌ ତାଙ୍କ ଆକାଉଣ୍ଟକୁ ବ୍ୟାନ୍‌ କରିବ ବୋଲି କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.