ଗଜପତି: ବଡ଼ଖଣି ଗାଁରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ  

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି।  ମୃତକ ବଡ଼ଖଣି ଗ୍ରାମର ମାଳତୀ ନାୟକ(୨୭), ମାଳତୀଙ୍କ ବାପା, ମା’ଙ୍କର କିଛିବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା । ଘରେ ତିନି ଭଉଣୀ ରହୁଥିଲେ।  ଆଜି ମଧ୍ୟାହ୍ନ ସମୟରେ ହଠାତ୍ ମାଳତୀ ବାରମ୍ବାର ବାନ୍ତି କରିବା ସହ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ସମ୍ପର୍କୀୟ ମାନେ ତାଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

କିନ୍ତୁ ସେଠାରେ ଡାକ୍ତର ମାଳତୀକୁ ମୃତ ଘୋଷଣା କରିଥିଲେ l ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ  ପୋଲିସକୁ ଖବର ଦିଆଯାଇଥିବା ବେଳେ  ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.