Below header

ଗଜପତି: ମିନି ଭ୍ୟାନ୍ ସହ ୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ମୋହନା(କେନ୍ୟୁଜ୍): ପୁଣି  ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ଗଜପତି – ଗଞ୍ଜାମ ସୀମାନ୍ତ କମଳାପୁର ନାକା ଗେଟ ନିକଟରୁ ଗଞ୍ଜେଇ ଗାଡ଼ି ଜବତ।  ପୋଲିସର ଯାନବାହନ ଯାଞ୍ଚ ବେଳେ ଏକ ମିନି ଭ୍ୟାନ୍ ନଂ JH 24 F 9536ରୁ ୧୨୪ କେଜି ୮୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ମୋହନା ପୋଲିସ। ଉକ୍ତ ଗଞ୍ଜେଇ ଅଡବା ଥାନା କଟାମା ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ବିହାର ରାଜ୍ୟର ଦୁଇ ମାଫିଆ ଅରୁନ୍ କୁମାର ଯାଦବ ଏବଂ ସାନୋଜ କୁମାର ଚେରୁକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଜବତ ଗଞ୍ଜେଇର ମୂଲ୍ୟ ୮ ଲକ୍ଷ ଟଙ୍କା ହୋଇଥିବା ବେଳେ ଏନେଇ ମୋହନା ଥାନା କେସ ନଂ ୧୫୮/୨୧ରେ ଏକ ମାମଲା ରୁଜୁ କରି  ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.