ନୟାଗଡ଼ (କେନ୍ୟୁଜ୍) : ଗଣିଆ ବ୍ଲକରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ ଓ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରମେଶ ବେହେରା। ଗଣିଆ ବ୍ଲକର ଆଠଟି ପଞ୍ଚାୟତରେ ଗାଁ ଗାଁ ବୁଲି ନିର୍ବାଚନ ପ୍ରଚାର କରିଥିଲେ। ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ଡକ୍ଟର ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଗଣିଆ ବ୍ଲକକୁ ଡିଜିଟାଲ ବ୍ଲକରେ ପରିଣତ କରିବା ଏବଂ କନ୍ଧମାଳ ସାଂସଦୀୟ କ୍ଷେତ୍ରକୁ ଭାରତ ବର୍ଷରେ ଏକ ନମ୍ବର କରିବାରେ ପ୍ରୟାସ କରିବେ ବୋଲି କହିଛନ୍ତି।