Below header

ବିଜେପି ଓ କଂଗ୍ରେସ ପରେ ଶୀଘ୍ର ପ୍ରକାଶ ପାଇବ ବିଜେଡି ଦ୍ୱିତୀୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର(କେନ୍ୟୁଜ୍) : ଖୁବଶୀଘ୍ର ବିଜେଡି ଘୋଷଣା କରିବ ଦ୍ୱିତୀୟ ପ୍ରାର୍ଥୀ ତାଲିକା । ଏହି ସୂଚନା ଦେଇଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । କୁହାଯାଉଛି ଦିନେ ଦି ଦିନ ଭିତରେ ନାଁ ଘୋଷଣା ହୋଇପାରେ । ପ୍ରଥମ ପର‌୍ୟ୍ୟାୟରେ ବାକି ଥିବା ୯ଟି ବିଧାନସଭା ଆସନ ପାଇଁ କସରତ ସରିଥିବା ସୂଚନା ମିଳିଛି । ସେସବୁ ଆସନ ସହ ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ଭୋଟ୍ ହେବାକୁ ଥିବା ଲୋକସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଅପେକ୍ଷା ରହିଛି । ସେସବୁ ଆସନର ଆଶାୟୀ ପ୍ରାର୍ଥୀ ପ୍ରତିଦିନ ନବୀନ ନିବାସ ଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ବିଜେଡି ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା

ସେପଟେ ଦୁଇଟି ପର‌୍ୟ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି ୧୫ଟି ଲୋକସଭା ଓ ୧୨୧ ବିଧାନସଭା ଆସନ ପାଇଁ ନାଁ ଘୋଷଣା କରିଛି । ସେହିପରି କଂଗ୍ରେସ ୮ଟି ଲୋକସଭା ଓ ୯୦ଟି ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି । ଖୁବ ଶୀଘ୍ର ବଳକା ସିଟ୍ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.