Below header

ଆଇପିଏଲରେ ଚେନ୍ନାଇର ବିଜୟରୁ ଅଭିଯାନ ଆରମ୍ଭ, ଆଜି ଖେଳାଯିବ ଦୁଇଟି ମ୍ୟାଚ୍

କୋହଲିଙ୍କୁ ହରାଇଲେ ଧୋନି । ଆଇପିଏଲରେ ବିଜୟରୁ ଅଭିଯାନ ଆରମ୍ଭ କଲା ଚେନ୍ନାଇ ସୁପରକିଙ୍ଗସ୍ । ପ୍ରଥମ ମୁକାବିଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁକୁ ୭ ଓ୍ଵିକେଟରେ ହରାଇଛି ଚେନ୍ନାଇ । ଗତକାଲି ଚେନ୍ନାଇର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ପ୍ରଥମ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦେଇଥିବା ୭୧ରନ୍ ସହଜ ବିଜୟ ଲକ୍ଷ୍ୟକୁ ୩ ଓ୍ଵିକେଟ ବିନିମୟରେ ହାତରେ ୧୪ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା ଚେନ୍ନାଇ । ଦଳ ପକ୍ଷରୁ ଅମ୍ବାତି ରାୟଡୁ ସର୍ବାଧିକ ୨୮, ସୁରେଶ ରୈନା ୧୯ ରନ୍ କରିଥିବା ବେଳେ କେଦାର ଯାଦବ ଅପରାଜିତ ୧୩ ଓ ରବୀନ୍ଦ୍ର ଜାଡେଜା ୬ ରନ୍ କରିଥିଲେ ।

ipl-teams

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି ମାତ୍ର ୭୦ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା । ଚେନ୍ନାଇର ଘାତକ ସ୍ପିନ୍ ଆଗରେ ଗଳି ପଡ଼ିଥିଲା ଓ୍ଵିକେଟ୍ । କେବଳ ପାର୍ଥିବ ପଟେଲ୍ ସର୍ବାଧିକ ୨୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଇମ୍ରାନ୍ ତାହିର ଓ ହରଭଜନ ସିଂହ ୩ଟି ଲେଖାଏଁ, ରବୀନ୍ଦ୍ର ଜାଡେଜା ୨ଟି ଓ ଡ୍ଵାନ୍ ବ୍ରାଭୋ ନେଇଥିଲେ ଗୋଟିଏ ଓ୍ଵିକେଟ୍ ।

ଆଜି ଖେଳାଯିବ ଦୁଇଟି ମ୍ୟାଚ୍ । ପ୍ରଥମ ମ୍ୟାଚ୍ ଅପରାହ୍ଣ ୪ଟାରେ କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମୁକାବିଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୮ଟାରେ ଏହି ମ୍ୟାଚ୍ ମୁମ୍ବାଇରେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.