ଛତ୍ରପୁରରୁ ଜବତ ହୋଇଛି ୬୧୬ କିଲୋଗ୍ରାମର ଗଞ୍ଜେଇ

ଧରାପଡ଼ିଲା ଗଞ୍ଜେଇ ଚୋରା ଚାଲାଣ। ଟ୍ରକ୍ରୁ ଜବତ ହୋଇଛି ୬୧୬ କିଲୋଗ୍ରାମ୍ର ଗଞ୍ଜେଇ। ୨୧ଟି ପ୍ୟାକେଟରେ ସେସବୁ ଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଛତ୍ରପୁର ପୋଲିସ। ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଆନ୍ଧ୍ରପ୍ରଦେଶ ପୋଲିସଠାରୁ ଖବର ପାଇଥିଲା ଗଞ୍ଜାମ ପୋଲିସ। ଯାଞ୍ଚ ବେଳେ ଛତ୍ରପୁର ଜାତୀୟ ରାଜପଥରୁ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର କୌଶଲ ଯାଦବ ଓ ରୋହିତ କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.