Below header

ନେତାରୁ ନେଇ ଅଭିନେତା ସମସ୍ତେ ଦେଉଛନ୍ତି ଭୋଟ, ମୁଣ୍ଡରେ ମୁକୁଟ ପିନ୍ଧି ପୋଲିଂ ବୁଥରେ ପହଞ୍ଚିଲେ ଏହି ସୁନ୍ଦରୀ

୨୦୧୯ର ଲୋକସଭା ନିର୍ବାଚନର ଦ୍ୱିତୀୟ ପର‌୍ୟ୍ୟୟ ପାଇଁ ଆଜି ସାରା ଦେଶରେ ଭୋଟିଂ ହେଉଛି । ଏଥିରେ ୧୨ଟି ରାଜ୍ୟର ୯୫ଟି ସିଟକୁ ଭୋଟ ଦେବା ପାଇଁ ଦୂର ଦୂରନ୍ତାରୁ ଅନେକ ଲୋକ ପହଞ୍ଚୁଛନ୍ତି । ସକାଳୁ ସକାଳୁ ନେତାରୁ ନେଇ ଅଭିନେତା ସମସ୍ତେ ପୋଲିଂ ବୁଥରେ ପହଞ୍ଚିଛନ୍ତି । ଏହି ସମୟରେ ଆଗ୍ରାର ବ୍ୟୁଟି କୁଇନ ଅଙ୍କିତା ମୁଣ୍ଡରେ ମୁକୁଟ ପିନ୍ଧି ପୋଲିଂ ବୁଥରେ ଭୋଟ ଦେବା ପାଇଁ ଆସିଥିବାର ନଜର ଆସିଥିଲେ ।

miss-india

-ଏହାଛଡ଼ା ଆଗ୍ରାର ବିଜେପି ପ୍ରାର୍ଥୀ ଏସପି ସିଂ ବଘେଲ ତାଙ୍କ ପରିବାର ସହ ଭୋଟ ଦେବା ପାଇଁ ପୋଲିଂ ବୁଥରେ ପହଞ୍ଚିଥିଲେ ।

voting 2

-ବାଙ୍ଗାଲୁରୁରେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ଲୋକଙ୍କ ଭଳି ଲାଇନ ଠିଆ ହୋଇ ଭୋଟ ଦେଇଥିଲେ ।

nirmala

-ବିହାରରେ ଲୋକଙ୍କ ମଧ୍ୟରେ ଭୋଟିଂକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ଲୋକସଭା ନିର୍ବାଚନ ପାଇଁ କୁରେନା ଅଞ୍ଚଳରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

bihar voting

-ଜମ୍ମ୍‌ୁରେ ମଧ୍ୟ ଭୋଟ ପାଇଁ ସକାଳପହରରୁ ଲୋକ ମାନଙ୍କର ଭିଡ ଦେଖିବାକୁ ମିଳିଥିଲା । ଉଧମପୁରର ଡୋଡା ଲୋକସଭା ସିଟରେ ମଧ୍ୟ ଲୋକମାନେ ଭୋଟିଂ କରିଥିଲେ ।

jammu

-ବିଜେପି ଟିକେଟରେ ବାଙ୍ଗାଲୁରୁରୁ ଲଢ଼ୁଥିବା କେନ୍ଦ୍ର ମନ୍ତ୍ରୀ ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗ୍ରୋଡା ମଧ୍ୟ ଭୋଟ ପକାଇବା ପାଇଁ ପୋଲିଂ ବୁଥରେ ପହଞ୍ଚିଥିଲେ ।

voting-

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.