ପର୍ତ୍ତୁଗାଲର ମଦିରାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ, ୨୮ମୃତ

ପର୍ତ୍ତୁଗାଲ୍ : ପର୍ତ୍ତୁଗାଲର ମଦିରାରେ ବୁଧବାର ସଂନ୍ଧ୍ୟାରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨୮ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୧ଜଣ ପୁରୁଷ ଓ ୧୭ଜଣ ମହିଳା ଥିବା ସୂଚନା ମିଳିଛି । ତେବେ ଗାଡି ଚାଳକ ଏବଂ ଗାଇଡ୍ ଦୁଇଜଣ ପର୍ତ୍ତୁଗାଲି ହୋଇଥିବାବେଳେ ଉଭୟ ଆହତ ହୋଇଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ବସରେ ସମୁଦାୟ କେତେ ଜଣ ଯାତ୍ରୀ ଥିଲେ ସେନେଇ ମଧ୍ୟ କିଛି ତଥ୍ୟ ମିଳିପାରିନାହିଁ । ତେବେ ପୀଡିତ ମାନଙ୍କ ମଧ୍ୟରେ ପ୍ରାୟତଃ ଜର୍ମାନର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.