Below header

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟିଂ , ଦିନ ୧୧ଟା ସୁଦ୍ଧା ୨୨ପ୍ରତିଶତ ମତଦାନ

କେନ୍ୟୁଜ୍ : ଗଣତନ୍ତ୍ରର ମହାପର୍ବର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ଭୋଟିଂ ହେଉଛି । ଭୋଟରମାନେ ଧାଡ଼ିରେ ଯାଇ ମତଦାନ କରୁଛନ୍ତି । ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଲୋକସଭା ପାଇଁ ଭୋଟ୍‌ ଗ୍ରହଣ କରାଯାଉଛି । ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ନିର୍ବାଚନ ହେଉଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୭ହଜାର ୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି । ଭୋଟ ଦେଉଛନ୍ତି ୬୦ ଲକ୍ଷ ୩ ହଜାର ୭୦୭ ଭୋଟର । ଏଥର ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଇଭିଏମ ସହ ଭିଭିପାଟ ମେସିନର ବ୍ୟବହାର କରାଯାଉଛି । ପ୍ରଥମ ଥର ଲାଗି ଓଡ଼ିଶାରେ ବ୍ରେଲି ବାଲଟ ପେପର ବ୍ୟବହାର କରାଯାଉଛି । ଦିନ ୧୧ଟା ସୁଦ୍ଧା ୨୨ପ୍ରତିଶତ ମତଦାନ ହୋଇଛି। ବ୍ରହ୍ମପୁରରେ ୨୫%, ନବରଙ୍ଗପୁରରେ ୨୧% , କଳାହାଣ୍ଡି ଓ କୋରାପୁଟରେ ୨୩% ମତଦାନ ହୋଇଛି। ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଓଉପଦ୍ରୁତ ଅଂଚଳରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ । ବାକି ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.