ଜିଓ ଗ୍ରାହକ ହୋଇଯାଆନ୍ତୁ ସାବଧାନ ! ଏହି ମେସେଜରେ ହୋଇପାରେ ଆପଣଙ୍କ ଫୋନ ହ୍ୟାକ୍‌

ନୂଆଦିଲ୍ଲୀ : ଜିଓକୁ ଦେଶର ସର୍ବବୃହତ ନେଟଓ୍ଵର୍କ କମ୍ପାନୀ କହିବା କିଛି ଭୁଲ ହେବ ନାହିଁ । ଏହାର ପ୍ରବେଶ ନେଟଓ୍ଵର୍କ ଇଣ୍ଡଷ୍ଟ୍ରୀରେ ଏକ ବିଶାଳ ପରିବର୍ତ୍ତନ କରିଥିବା ବେଳେ ନିଜ ଗ୍ରାହକଙ୍କ ପାଇଁ ଅନେକ ଖାସ ପରିବର୍ତ୍ତନ ଯୋଗାଇଥିଲା । ଡାଟା ରୁ ଆରମ୍ଭ କରି କଲିଂ ପର‌୍ୟ୍ୟନ୍ତ ଏହା ନିଜ ଗ୍ରାହକକୁ ସବୁବେଳେ ଶ୍ରେଷ୍ଟ ଅଫର ପ୍ରଦାନ କରୁଛି । ଏଣୁ ଏବେ ଜିଓକୁ ନେଇ କିଛି ଲୋକ ଗ୍ରାହକଙ୍କ ମୋବାଇଲ ହ୍ୟାକ୍‌ କରିବା ଆରମ୍ଭ କରିଛନ୍ତି । ଏନେଇ ମେସେଜ ଫରଓ୍ଵାର୍ଡ କରିବା ସହ ଗ୍ରାହକଙ୍କ ମୋବାଇଲ ହ୍ୟାକ୍‌ କରିବାକୁ ଚେଷ୍ଟା କରୁଛନ୍ତି । ଏହି ମେସେଜରେ ଗ୍ରାହକଙ୍କୁ ୨୫ଜିବି ଡାଟା ମାଗଣା ମିଳିବା ନେଇ ଲେଖା ଯାଉଛି ।

ମିଡିଆ ରିପୋର୍ଟ ମୁତାବକ, ଗ୍ରାହକଙ୍କ ମୋବାଇଲ ହ୍ୟାକ କରିବା ପାଇଁ ଆସୁଥିବା ମେସେଜରେ ଲେଖା ରହୁଛି, “BREAKING NEWS! ରିଲାଏନ୍ସ ଜିଓ ତିନି ମାସ ପାଇଁ ମାଗଣା ପ୍ରତିଦିନ ୨୫ଜିବି ଡାଟା ଯୋଗାଉଛି । ଏହି ଆପକୁ ତୁରନ୍ତ ଡାଉନଲୋଡ କରନ୍ତୁ ଏବଂ ଅଫରର ଲାଭ ଉଠାଇବା ପାଇଁ ରେଜିଷ୍ଟର କରନ୍ତୁ । ଏହା ସହ ଏକ ଲିଙ୍କ ମଧ୍ୟ ରହୁଛି । ସେହି ଲିଙ୍କକୁ କ୍ଳିକ୍‌ କରିବା ମାତ୍ରେ ଆପଣଙ୍କ ମୋବାଇଲ ହ୍ୟାକ୍‌ ହେବାର ସମ୍ଭାବନା ରହୁଛି ।

fake-jio-app

ଲିଙ୍କକୁ କ୍ଳିକ୍‌ କରିବା ଦ୍ୱାରା ବିଭିନ୍ନ ପ୍ରକାରର ପେଜ୍‌ ଓପନ ହୋଇଥାଏ । ଏହାମଧ୍ୟରେ ଏକ ଇଚକ ଆପର ଲିଙ୍କ ମଧ୍ୟ ଥାଏ । ଯାହା ଡାଉନଲୋଡ ହେବା ମାତ୍ରେ ଆପଣଙ୍କ ମୋବାଇଲରେ ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟ ଚୋରୀ ହୋଇଥାଏ । ଜିଓ ଅଧିକାରୀଙ୍କ କହିବା ମୁତାବକ, ଏଭଳି କୌଣସ ଅଫର କମ୍ପାନୀ ତରଫରୁ ଅଣାଯାଇନାହିଁ । ଏଣୁ ଆମେ ଗ୍ରାହକଙ୍କୁ ଅନୁରୋଧ କରିବୁ କମ୍ପାନି ନାଁ ରେ ବ୍ୟାପୁଥିବା ମିଥ୍ୟା ମେସଜକୁ ରୋକ ଲଗାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.