Below header

” ଏଥର କେନ୍ଦ୍ରରେ ସରକାର ଗଠନରେ କିଙ୍ଗମେକର ହେବେ ଆଞ୍ଚଳିକ ଦଳ” କହିଲେ ବିଜେଡି ସୁପ୍ରିମୋ

ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ ହୋଇ ଯାଇଛି। ଏଥିପାଇଁ ଇଭିଏମ୍ ଭାଙ୍ଗିବା ଆରମ୍ଭ କଲାଣି। ଲୋକମତକୁ ସେମାନେ ସମ୍ମାନ ଦେବା ଜାଣନ୍ତି ନାହିଁ। ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଏମିତି ଭାବରେ ବିଜେପିକୁ ଟାର୍ଗେଟ କରିଥିଲେ ନବୀନ। ଏହାସହ କହିଥିଲେ, ଏଥର ଆଞ୍ଚଳିକ ଦଳ କେନ୍ଦ୍ରରେ ସରକାର ଗଠନରେ କିଙ୍ଗ ମେକର୍ ହେବେ। ଖଣି ରୟାଲିଟି ସଂଶୋଧନ ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଥିଲେ ନବୀନ ।

naveen 3

କଳାହୀରା ସହରରୁ ପୁଣି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ। ତାଳଚେରରେ ପ୍ରଚାର ବେଳେ ନବୀନ ଉଠାଇଛନ୍ତି କୋଇଲା ପ୍ରସଙ୍ଗ। ଭୋଟ୍ ମାଗୁଥିବା ବିଜେପିର ବଡ଼ ବଡ଼ ନେତାଙ୍କୁ ଟାର୍ଗେଟ କରିଥିଲେ। ଭୋଟରଙ୍କୁ ଆହ୍ଵାନ ଦେଇଥିଲେ ସେମାନଙ୍କୁ ପଚାରନ୍ତୁ, କାହିଁକି କୋଇଲା ରୟାଲିଟି ସଂଶୋଧନ ହୋଇନି? ପାଞ୍ଚ ମିନିଟର କାମ ପାଞ୍ଚ ବର୍ଷରେ ହୋଇନି କାହିଁକି? ଓଡ଼ିଶା ବିଜେପିର ବଡ଼ ବଡ଼ ନେତାମାନେ ବେଆଇନ୍ କୋଇଲା କାରବାର କରୁଛନ୍ତି କି? ଏହାସହ ନବୀନ ପ୍ରଶ୍ନ କରିଥିଲେ, ହଜାର ହଜାର କୋଟି ଲାଭ ପାଉଥିବା ଏମସିଏଲ୍ ଓ ଏନଟିପିସି ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କଣ କରୁଛନ୍ତି ? ବିଜେପି ନେତା କଣ୍ଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି ? ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁ ନାହିଁ। କିନ୍ତୁ ଓଡ଼ିଆ କେନ୍ଦ୍ରମନ୍ତ୍ରୀ କାହିଁକି ଚୁପ୍ ବୋଲି ନବୀନ ପ୍ରଶ୍ନ କରିଥିଲେ। ଏହାସହ କହିଥିଲେ, ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନରେ ବିଜେପି ଛାନିଆ ହୋଇ ଯାଇଛି। ବିଜେପି ଇଭିଏମ୍ ଭାଙ୍ଗିବା ଆରମ୍ଭ କଲାଣି। ଜନମତ, ଆଇନକୁ ସମ୍ମାନ ଦେବା ସେମାନେ ଜାଣନ୍ତି ନାହିଁ।

naveen 2

ତାଳଚେର ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ। ଛେଣ୍ଡିପଦା, ଆଠମଲ୍ଲିକ ଓ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ। ପ୍ରଶ୍ନ କରିଥିଲେ, ମହାନଦୀ ପାଣି କାହିଁକି ବନ୍ଦ କଲେ? ଦୁଇଗୁଣା ଏମଏସପି କୁଆଡ଼େ ଗଲା? ନବୀନଙ୍କୁ ପାଖରେ ପାଇ ବିଜେଡି ନେତା ଓ କର୍ମୀ ଉତ୍ସାହିତ ହୋଇଥିଲେ। ଦୁଇ ଦିନ ପରେ ଭୋଟ ଥିବାରୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ଏବେ ସରଗରମ। ପ୍ରତିଟି ନିର୍ବାଚନ ସଭାରୁ କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ ପରେ ପ୍ରଶ୍ନ ପଚାରୁଛନ୍ତି ବିଜେଡି ସୁପ୍ରିମୋ। ବିଜେଡି ଓ ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ସହ ବିପୁଳ ଭୋଟରେ ଜିତାଇବାକୁ ଭୋଟରଙ୍କୁ ଆହ୍ଵାନ ଦେଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.