ବେଦପ୍ରକାଶଙ୍କ ପରଲୋକରେ ପାଟକୁରା ନିର୍ବାଚନ ରହିବ ସ୍ଥଗିତ, ହେଲେ ପ୍ରଭାବିତ ହେବନି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ

ପରଲୋକରେ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରଓ୍ଵାଲ । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ପାର୍ଥୀବ ଶରୀରକୁ ଭୁବନେଶ୍ୱର ସରକାରୀ ବାସଭବନ ଓ ରାଜ୍ୟ ବିଜେଡି କାର‌୍ୟ୍ୟାଳୟରେ କିଛି ସମୟ ପାଇଁ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ମରଶରୀରରେ ଶ୍ରଦ୍ଧାଞ୍ଜଳି ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାପରେ ମରଶରୀର ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ମଢ଼ିଆଳକୁ ନିଆଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହେବ ।

ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ। ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ କିଛି ଦିନ ହେଲା ସେ ଚିକିତ୍ସିତ ହେଉଥିଲେ। ବିଜେଡି ଟିକେଟରେ ଏଥର ପାଟକୁରା ବିଧାନସଭା ଆସନରୁ ଲଢୁଥିଲେ ବେଦପ୍ରକାଶ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି। ହସପିଟାଲରେ ପହଞ୍ଚି ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବହୁ ବିଶିଷ୍ଟ ବ୍ୟକ୍ତି ।

ହସ୍ପିଟାଲରୁ ବେଦପ୍ରକାଶଙ୍କ ପାର୍ଥିବ ଶରୀରକୁ ତାଙ୍କ ସରକାରୀ ବାସଭବନକୁ ଅଣାଯାଇଥିଲା। ଶେଷଦର୍ଶନ କରିଥିଲେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ସେଠାରୁ ମର ଶରୀରକୁ ନିଆଯାଇଥିଲା ରାଜ୍ୟ ବିଜେଡି କାର‌୍ୟ୍ୟାଳୟ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମରଶରୀରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବେଦପ୍ରକାଶଙ୍କ ପରଲୋକ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଓ ଦଳ ପାଇଁ ଅପୂରଣୀୟ କ୍ଷତି।

bed 2

ରାଜ୍ୟ ବିଜେଡି କାର‌୍ୟ୍ୟାଳୟରୁ ବେଦପ୍ରକାଶଙ୍କ ମରଶରୀରକୁ ଶୋଭାଯାତ୍ରାରେ ଜନ୍ମସ୍ଥାନ କେନ୍ଦ୍ରାପଡ଼ାର ମଢିଆଳକୁ ନିଆଯାଇଥିଲା। ବେଦୁ ବାବୁ ଅମର ଧ୍ୱନିରେ କମ୍ପିଥିଲା ପରିବେଶ । ମଢ଼ିଆଳରେ ମରଶରୀର ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୁଳ ପରିବେଶ । କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବେଦପ୍ରକାଶଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି । କହିଛନ୍ତି ତାଙ୍କ ଆଶୀର୍ବାଦ ନେଇ ସେ ପ୍ରଚାର ଆରମ୍ଭ କରିଥିଲେ ।

ବେଦପ୍ରକାଶ ସବୁବେଳେ ସ୍ମରଣୀୟ ହୋଇରହିବେ। କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ କାଉନସିଲର ଭାବେ ଆରମ୍ଭ କରିଥିଲେ ରାଜନୈତିକ ଜୀବନ। କେନ୍ଦ୍ରାପଡ଼ା ଆସନରୁ ୪ ଥର ଓ ପାଟକୁରାରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଜୁ ପଟ୍ଟନାୟକଙ୍କ ସରକାରରେ ଅର୍ଥ, ସଂସଦୀୟ ବ୍ୟାପାର, ଖାଦ୍ୟ ଯୋଗାଣ, ବାଣିଜ୍ୟ ଓ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଚଳିତ ନିର୍ବାଚନରେ ବିଜେଡି ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲା। କେବଳ କେନ୍ଦ୍ରାପଡ଼ା ନୁହେଁ, ରାଜ୍ୟ ରାଜନୀତିରେ ବେଦ ପ୍ରକାଶ ଅଗ୍ରୱାଲଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ପାଟକୁରା ପାଇଁ ବିଜେଡି ପ୍ରାର୍ଥୀ ଥିଲେ ବେଦ୍‌ ପ୍ରକାଶ ଅଗ୍ରୱାଲ। ଏବେ ତାଙ୍କ ନିଧନ ପରେ ଏହି ଆସନ ପାଇଁ ନିର୍ବାଚନ ସ୍ଥଗିତ ହେବ। ଆସନ୍ତା ୨୯ରେ ଏଠାରେ ଭୋଟିଂ ଥିଲା। ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ହେଉଛି। କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଆସୁଛି ପାଟକୁରା। ବର୍ତ୍ତମାନ ପାଟକୁରା ନିର୍ବାଚନ ସ୍ଥଗିତ ହେବ। କିନ୍ତୁ ଲୋକସଭା ଉପରେ ଏହାର ପ୍ରଭାବ ପଡିବ ନାହିଁ। ନିର୍ଦ୍ଦାରିତ ସମୟ, ଅର୍ଥାତ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ। ନିୟମ ମୁତାବକ ନିର୍ବାଚନ ବେଳେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମୃତ୍ୟୁ ହେଲେ ନିର୍ବାଚନ ସ୍ଥଗିତ ହୁଏ। ପ୍ରଥମେ ପ୍ରାର୍ଥୀଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବେ ରିଟର୍ଣ୍ଣିଂ ଅଫିସର। ନିର୍ବାଚନ ସ୍ଥଗିତ ନିଷ୍ପତ୍ତି ହେବ। ଏହାପରେ ପାଟକୁରାରେ କେବେ ନିର୍ବାଚନ ହେବ ସେ ନିଷ୍ପତ୍ତି ନେବେ ନିର୍ବାଚନ କମିଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.