Below header

ବିଭିନ୍ନ ସ୍ଥାନରେ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରକୁ ଟାର୍ଗେଟ କରୁଛନ୍ତି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହୁଛନ୍ତି ନବୀନ

କେନ୍ୟୁଜ୍ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋଙ୍କ ମାରାଥନ ପ୍ରଚାର । ଆଜି ବାଲେଶ୍ୱର ଜିଲ୍ଲାରୁ ପ୍ରଚାର ଆରମ୍ଭ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ସିମୁଳିଆ ଆସନର ଖଇରା ଠାରେ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି। ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ । ‘ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ନବୀନ କହିଛନ୍ତି ‘ମା’ମାନଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ମିଳିବ। ‘ମିଶନଶକ୍ତି ମା’ମାନଙ୍କୁ ୫ହଜାର କୋଟିର କାମ ମିଳିବ। ଏହା ପରେ ସେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ଭଦ୍ରକ ଠାରେ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ସେଠାରେ ମଧ୍ଯ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।  କହିଛନ୍ତି କି, “କାଳିଆ ଯୋଜନାକୁ ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଛି । ଦୁର୍ବିପାକ ବେଳେ ଆସିଲେନି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଡବଲ ଇଂଜିନ୍ ରାଜ୍ୟରେ କାହିଁକି ହାରିଲା ବିଜେପି ?”

ଏହାପରେ ଭଣ୍ଡାରି ପୋଖରୀର ବନ୍ତ ଓ ପରେ ଧାମନଗରର ଧୁଷୁରୀରେ ସାଧାରଣ ସଭାରେ ଯୋଗଦେବେ। ଭଦ୍ରକ ଜିଲ୍ଲାରେ ପ୍ରଚାର ପରେ ଯାଜପୁର ଜିଲ୍ଲାର ପାଣିକୋଇଲି ଓ ଅହରାହ୍ନ ୩ଟା ୩୫ରେ ସୁକିନ୍ଦାର ଡୁବୁରୀରେ ଜନସାଧାରଣଙ୍କୁ ଉଦବୋଧନ ଦେବେ ନବୀନ। ଏହା ପରେ ଆରମ୍ଭ ହେବ ନବୀନଙ୍କ ରୋଡ ସୋ। ରୋଡ ସୋରେ ଯାଇ ମାହାଙ୍ଗା ଓ ସାଲେପୁର ଠାରେ ଜନତାଙ୍କୁ ଉଦବୋଧନ ଦେବେ। ସଂଧ୍ୟା ୭ଟା ୫୦ରେ ନବୀନ ପୁଣି ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.