Below header

ବିଜୁ ବାବୁଙ୍କ କର୍ମଭୂମିରେ ଆଜି ପୁଣି ପ୍ରଚାର କରିବେ ବିଜେଡି ସୁପ୍ରିମୋ, କ୍ୟାମ୍ପେନର ଶେଷ ଦିନରେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଫୋକସ କେନ୍ଦ୍ରାପଡ଼ା । ବିଜୁ ବାବୁଙ୍କ କର୍ମଭୂମିରେ ଆଜି ପୁଣି ପ୍ରଚାର କରିବେ ବିଜେଡି ସୁପ୍ରିମୋ । କ୍ୟାମ୍ପେନର ଶେଷ ଦିନରେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ପ୍ରଚାର ମଙ୍ଗ ସମ୍ଭାଳିବେ ନବୀନ ପଟ୍ଟନାୟକ । ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ । ୯ଟା ୧୫ ମିନିଟରେ ଜଣ୍ଟିଲୋ ଆଇବିରୁ ରୋଡ ସୋରେ ବାହାରି ତିନିମୁହାଣୀ ଛକ ଦେଇ ଇନ୍ଦୁପୁର ବଜାରରେ ପହଞ୍ଚିବା ପରେ ଭୋଟ ଭିକ୍ଷା କରିବେ । ଏହାପରେ ପଟ୍ଟାମୁଣ୍ଡାଇ, ଆଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପରେ ଓଳାଭର ଯାଏ ଯିବେ । ହରିପୁରରୁ ଟାଙ୍ଗି ଯାଏ ରୋଡ ସୋରେ ସେ ଭୋଟରଙ୍କ ସମର୍ଥନ ଯୋଗାଡ଼ କରବେ । ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଆସନ ବିଜେଡି ପାଇଁ ସ୍ୱାଭିମାନର ପ୍ରଶ୍ନ । ଏଠାରେ ବିଜେଡି ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିରୁ ଲଢୁଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସେହିପରି କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଥିବା ପ୍ରମୁଖ ଆସନ ଗୁଡିକ ମଧ୍ୟରେ ମହାଙ୍ଗାରୁ ଲଢୁଛନ୍ତି ମନ୍ତ୍ରୀ ପ୍ରତାପ ଜେନା । କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ଅଛନ୍ତି ମନ୍ତ୍ରୀ ଶଶିଭୂଷଣ ବେହେରା ଓ ମହାକାଳପଡ଼ାରୁ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଆଳିରୁ ବିଜେଡି ପ୍ରାର୍ଥୀ ଅଛନ୍ତି ପ୍ରତାପ କେଶରୀ ଦେବ । ଗତକାଲି ଏଠରେ ନବୀନ ମାରାଥନ ପ୍ରଚାର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.