ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଲା ଆଉ କିଛି ଘଣ୍ଟା, କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

କେନ୍ୟୁଜ୍ : ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନିଂ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଛି ଆଉ କିଛି ଘଣ୍ଟା । କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଏବେ ସବୁ ବଳ ଖଟାଇ ଦେଇଛନ୍ତି । ଦିନ ରାତି ଚଳାଇଛନ୍ତି ପ୍ରଚାର । ସଭା, ଶୋଭାଯାତ୍ରା ଓ ରୋଡ୍‌ ସୋରେ କମ୍ପୁଛି ଗାଁ ଗଣ୍ଡା ଓ ସହର ବଜାର ଗଳିକନ୍ଦି । ବୁଲୁଛି ବିଭିନ୍ନ ଦଳର ପ୍ରଚାର ଗାଡ଼ି । ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବୁଲୁଛନ୍ତି ସବୁ ଦଳର ପ୍ରାର୍ଥୀ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା ଆସନରେ ଭୋଟ୍‌ ନିଆଯିବ । କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ ଓ ଯାଜପୁର ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ରହିଛି । କେବଳ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମେ ୧୯ ତାରିଖରେ ମତଦାନ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.