ସାବଧାନ ! ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ତେବେ ଆପଣଙ୍କ ଶିଶୁ ଆକ୍ରାନ୍ତ ହୋଇପରେ ଏହି ରୋଗରେ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ରିପୋର୍ଟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଗାଇଡ ଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯଦି ପିଲାମାନଙ୍କ ସ୍ୱ।ସ୍ଥ୍ୟର ବିକାଶ ଚାହୁଁଛନ୍ତି ତେବେ ଇଲେକ୍ଟ୍ରୋନିକ୍ସ ଡିଭାଇସର ସ୍କ୍ରିନକୁ ସେମାନଙ୍କ ଠାରୁ ଦୂରେଇ ରଖନ୍ତୁ ।

WHOର କହିବା କଥା ଆମମାନଙ୍କ ଜୀବନରେ ଇଲେକ୍ଟ୍ରାନିକ୍ସ ସାମଗ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ସ୍ଥାନ ନେଇ ସାରିଲାଣି । କିନ୍ତୁ ଏହାର ପ୍ରଭାବ ଶିଶୁମାନଙ୍କ ଉପରେ ନପକାଇବା ପାଇଁ ସେମାନଙ୍କ ଜୀବନରୁ ଏହାକୁ ଦୂର କରିନେବା ଉଚିତ ।

  WHO ଗାଇଡ ଲାଇନ 
୧ ବର୍ଷ ଓ ତାଠାରୁ କମ ନବଜାତ ଶିଶୁମାନଙ୍କୁ ମୋବାଇଲ ସ୍କ୍ରିନ ଆଗକୁ ନଆଣିବା ଦରକାର । ଏହା ସହିତ ଶିଶୁମାନଙ୍କୁ ଦିନକୁ ୧ ଘଣ୍ଟାରୁ ଅଧିକ ସମୟ ଚଲେଇବା, ଉଚ୍ଚା ଚୌକି କିମ୍ବା ସିଡିରେ ଚଢଇବା ଅନୁଚିତ । ୧ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଦିନଯାକ ଯେତିକି ଆକ୍ଟିଭ ରହିବେ ସେତିକି ସେମାନଙ୍କ ପାଇଁ ଭଲ ।

୧ରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନଙ୍କ ପାଇଁ କିଛି ମିନିଟର ସ୍କ୍ରିନ ଟାଇମ ଯଥେଷ୍ଟ ହୋଇଥାଏ । ଏହା ସହିତ ୩ ଘଣ୍ଟାର ଶାରୀରିକ କାମ ଏହି ଭଳି ଶିଶୁମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ ।

୩ରୁ ୪ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କୁ ଦିନଯାକରେ ୧ ଘଣ୍ଟାରୁ ଅଧିକ ସ୍କ୍ରିନ ସାମ୍ନାରେ ରହିବା ଅନୁଚିତ । ସେ ଟିଭି ହେଉ କିମ୍ବା ସ୍ମାର୍ଟ ଫୋନ କିମ୍ବା କିଛି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ । ଏହି ବୟସର ଶିଶୁମାନଙ୍କୁ ଦିନଯାକରେ ୩ରୁ ୪ ଘଣ୍ଟା ଶାରୀରିକ କାମ କରିବା ଦରକାର ।


ଶିଶୁମାନେ ମେଦ ବହୁଳତାର ଶିକାର ହୋଇଥାନ୍ତି
WHO କହିବା କଥା ଥିଲା ୫ ବର୍ଷରୁ କମ ଶିଶୁମାନେ ଯଦି ଅଧିକ ସମୟ ସ୍କ୍ରିନ ସମ୍ନାରେ ସମୟ ବିତାନ୍ତି ତେବେ ଏହି ଶିଶୁମାନଙ୍କର ଲାଇଫ ଷ୍ଟାଇଲ ନିଷ୍କ୍ରିୟ ଓ ଗତିହୀନ ହୋଇଯାଇଥାଏ । ଯେଉଁଥିରେ ସେମାନଙ୍କର ଚଞ୍ଚଳତା କମ ହୋଇଯାଇଥାଏ ଓ ନିଦ୍ର।ହୀନତା ଭଳି ସମସ୍ୟା ବୃଦ୍ଧି ପାଏ । ଏହା ସହିତ ଏହି ପିଲାମାନଙ୍କର ଆଗାମୀ ବୟସରେ ମେଦ ବହୁଳତା ଓ ଶରୀରିକ ମାନସିକ ବିକାଶରେ ବାଧା ଭଳି ସମସ୍ୟା ଉପୁଜି ଥାଏ । ଏଥିପାଇଁ ସେମାନଙ୍କୁ ମୋବାଇଲ କିମ୍ବା ଅନ୍ୟ କୌଣସି ଗ୍ୟାଜେଟର ସ୍କ୍ରିନରୁ ଦୂରରେ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.