Below header

ଖଣ୍ଡଗିରି ଥାନା ପୁଲିସର ବଡ ସଫଳତା, ଧରାପଡିଲା କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌

ଖଣ୍ଡଗିରି: ରାଜଧାନୀ ଓ ୧୬ ନମ୍ବର ଜାତୀୟ ରାଜପଥରେ ସକ୍ରିୟ ଥିବା ଏକ କୁଖ୍ୟାତ ୬ ଜଣିଆ ଛିନ୍‌ତାଇ ଗ୍ୟାଙ୍ଗ୍‌କୁ ଖଣ୍ଡଗିରି ଥାନା ପୁଲିସ ଠାବ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭରତପୁରରେ ରହୁଥିବା କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଦେବୀପ୍ରସାଦ ଜେନା(୨୦) ଓରଫ୍ ବୁବୁ, ବାଲିପାଟଣା ମିଶ୍ର ସାହିର ପ୍ରଭୁଦେବ ତ୍ରିପାଠୀ(୨୩) ଓରଫ୍ ରିଙ୍କୁ, ପୋଖରୀପୁଟ ଅଞ୍ଚଳର ସନାତନ ବେହେରା(୨୧) ଓରଫ୍ ସନିଆ, ଖୋର୍ଧା ବୋଲଗଡ଼ର ରାଜେଶ ବେହେରା(୨୦) ଓରଫ୍ ଚେଙ୍ଗ, ବରମୁଣ୍ଡାରେ ରହୁଥିବା ଜଟଣୀ ଦେଉଳବସ୍ତର ଦୀପକ ସାହୁ(୧୯) ଓରଫ୍ ଦୀପୁ ଓ ବାଲେଶ୍ବର ସିମୁଳିଆର ଚନ୍ଦନ କୁମ‌ାର ଦାସ(୨୪)। ଏହି ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ବୁବୁ।

ଏହି ଗ୍ୟାଙ୍ଗ୍‌ ନାମରେ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ସହିଦନଗର ଆଦି ଥାନାରେ ବହୁ ଆପରାଧିକ ମାମଲା ରହିଛି। ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। ଗତ କିଛି ଦିନ ହେଲା ଖଣ୍ଡଗିରି ଥାନା ଅଞ୍ଚଳରେ ଜାତୀୟ ରାଜପଥ ହେଉ କି ବିଭିନ୍ନ କଲୋନି ଭିତରେ ବାରମ୍ବାର ଦୁର୍ବୃତ୍ତମାନେ ଛିନ୍‌ତାଇ ଓ ରାହାଜାନି କରୁଥିବା ଅଭିଯୋଗ ହୋଇ ଆସୁଥିବାରୁ ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା।ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ବୁଲେଟ୍‌କୁ ଟାର୍ଗେଟ୍‌ କରିବା ସହିତ ସିସିଟିଭି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରି ପୁଲିସ ସେମାନଙ୍କୁ ପିଛା କରିଥିଲା ଓ ଧରିବାରେ ସଫଳ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.