Below header

ଏୟାର ଇଣ୍ଡିଆର ସର୍ଭର ଡାଉନ୍, ବିଭିନ୍ନ ସ୍ଥାନକୁ ବିମାନ ଉଡାଣ ପ୍ରଭାବିତ

ଏୟାର ଇଣ୍ଡିଆର ସର୍ଭର ଡାଉନ୍ ହେବା କାରଣରୁ ବିମାନ ଉଡାଣ ପ୍ରଭାବିତ ହୋଇଛି । ଏୟାରଲାଇନର ସର୍ଭର ଏସଆଇଟିଏ(SITA)ର ଡାଉନ ହେବା କାରଣରୁ ଏୟାର ଇଣ୍ଡିଆ ଉଡାଣ ପୁରା ଭାରତରେ ଏବଂ ବିଦେଶରେ ଭୋର ୩ଟା ୩୦ମିନିଟରୁ ପ୍ରଭାବିତ ହୋଇଛି । ସର୍ଭର ଡାଉନ ଚାଲୁଥିବାରୁ ଯାତ୍ରୀମାନଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଯାହାଫଳରେ ବିମାନ ବନ୍ଦରରେ ଯାତ୍ରୀମାନେ ହଙ୍ଗାମା କରୁଥିବାର ଦେଖିବାକୁ ମିଳିଛି । ସାରା ଦୁନିଆରେ ଏୟାର ଇଣ୍ଡିଆର ଯାତ୍ରୀମାନେ ଫସିରହିଛନ୍ତି । ସୂଚନା ମୁତାବକ ସର୍ଭରରୁ ଚେକ୍ ଇନ୍ ହୋଇପାରୁନାହିଁ । ଯାହାଫଳରେ ବିମାନ ବନ୍ଦରରେ ବହୁ ଗହଳି ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.