Below header

ଅକ୍ଷୟ ତୃତୀୟାକୁ କାହିଁକି ଶୁଭ ମୁହୂର୍ତ୍ତ କୁହାଯାଇଥାଏ, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ହିନ୍ଦୁ ଧର୍ମରେ ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥି ଅତ୍ୟନ୍ତ ଶୁଭ ହୋଇଥାଏ । ଚଳିତ ବର୍ଷ ମେ ମାସ ୭ ତାରିଖରେ ପାଳିତ ହେବ ଅକ୍ଷୟ ତୃତୀୟା। ଅକ୍ଷୟର ଅର୍ଥ ହେଉଛି ଯାହା କେବେ ଶେଷ ବା କ୍ଷୟ ହୋଇନଥାଏ। ଏହି ଦିନ କୌଣସି ଶୁଭ କାର୍ଯ୍ୟରେ ବିଘ୍ନ ଘଟିନଥାଏ। ସେହିପରି ଏହି ଦିନ କିଛି ନୂଆ ଜିନିଷ କିଣିବା ଶୁଭ ହୋଇଥାଏ।

ଅକ୍ଷୟ ତୃତୀୟା କାହିଁକି ଶୁଭ :

akshya tritiyaଜ୍ୟୋତିଷ ଶାସ୍ତ୍ରରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ଶୁଭ ତିଥି ଦେଖାଯାଇଥାଏ। ସେହିପରି ଅକ୍ଷୟତୃତୀୟା ସହ ଅନେକ ମହାତ୍ମ୍ୟ ଯୋଡ଼ି ରହିଛି। ଏହି ଦିନ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ। କାରଣ ଅକ୍ଷୟତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମ ଜନ୍ମ ହୋଇଥିଲେ। ଏହା ବ୍ୟତୀତ ଏହି ଦିନ ଜନ୍ମ ହୋଇଥିବା ନର ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥାନ୍ତି। ଏହି ତିଥି ରୁ ହିଁ ତ୍ରେତା ଯୁଗର ଆରମ୍ଭ ହୋଇଥିଲା।

akshay-tritiyaକୌଣସି ଶୁଭ କାର୍ଯ୍ୟ କରିବା ପାଇଁ ଶୁଭ ମୁହୂର୍ତ୍ତ ଦେଖାଯାଇଥାଏ। କାରଣ ଶୁଭ ମୁହୂର୍ତ୍ତକୁ ଧ୍ୟାନ ରଖି କାର୍ଯ୍ୟ କରିବା ଦ୍ବାରା ସଫଳତା ପ୍ରାପ୍ତ ହୋଇଥାଏ। କିନ୍ତୁ ଅକ୍ଷୟ ତୃତୀୟା ଏପରି ଏକ ଦିନ ଯେଉଁ ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ବିଶେଷ ମୁହୂର୍ତ୍ତ ଦେଖିବା ଆବଶ୍ୟକତା ହୋଇନଥାଏ। ଏହି ଦିନ ସୁନା କିଣିବା ବହୁତ ଶୁଭ ହୋଇଥାଏ। ଏହି ଦିନ ଉପବାସ କରିଲେ ଏବଂ ଦାନ କରିବା ଦ୍ବାରା ଜୀବନରେ କୌଣସି ଜିନିଷରେ ଅଭାବ ଦେଖା ଯାଇନଥାଏ। ଅକ୍ଷୟ ତୃତୀୟା ଦିନ ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.