ଭାରତରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ! ୮ ରାଜ୍ୟରେ ବିସ୍ଫୋରଣ ପାଇଁ ଯୋଜନା ସଂପର୍କରେ ସୂଚନା

କେନ୍ୟୁଜ୍: ଶ୍ରୀଲଙ୍କାରେ ଆତଙ୍କବାଦୀ ଆକ୍ରମଣ ବିଭୀଷିକା ମନରୁ ନଲିଭୁଣୁ ଭାରତରେ ଆତଙ୍କବାଦୀମାନେ ଆକ୍ରମଣ ପାଇଁ ଯୋଜନା କରୁଥିବା ସୁରାକ ମିଳିଛି । ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି କର୍ଣ୍ଣାଟକ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପୁଡୁଚେରୀ, ଗୋଆ ଓ ମହାରାଷ୍ଟ୍ର । ଏନେଇ କର୍ଣ୍ଣାଟକ ପୋଲିସକୁ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିବା ପରେ ସଂପୃକ୍ତ ରାଜ୍ୟର ପୋଲିସ ଡିଜିଙ୍କୁ ଚିଠି ଲେଖି ଜଣାଇଦିଆଯାଇଛି। ନିଜକୁ ଟ୍ରକ ଡ୍ରାଇଭର ସ୍ୱାମୀ ସୁନ୍ଦର ମୂର୍ତ୍ତି ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ଗତକାଲି ବେଙ୍ଗାଳୁରୁ ସିଟି ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରିଥିଲେ ।

alertଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ବାବଦରେ ତାଙ୍କ ନିକଟରେ କିଛି ସୁରାକ ଥିବା ପୋଲିସକୁ କହିଛନ୍ତି । ସ୍ୱାମୀ ସୁନ୍ଦରମୂର୍ତ୍ତିଙ୍କ କହିବା ଅନୁଯାୟୀ, ତାମିଲନାଡୁର ରାମନାଥପୁମରେ ୧୯ରୁ ଅଧିକ ଆତଙ୍କବାଦୀ ଏବେ ଲୁଚି ଛପି ରହିଛନ୍ତି । ସେମାନେ ତାମିଲନାଡୁ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ପୁଡୁଚେରୀ ଓ ଗୋଆରେ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି । ଏସବୁ ରାଜ୍ୟର ପ୍ରମୁଖ ସହର ଓ ଟ୍ରେନରେ ଆତଙ୍କବାଦୀମାନେ ବିସ୍ଫୋରଣ କରିପାରନ୍ତି । ଏନେଇ ସଂପୃକ୍ତ ୮ଟି ରାଜ୍ୟର ପୋଲିସ ଡିଜି ଓ ଆରପିଏଫକୁ ସତର୍କ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.