ଆଜାଦ ହିନ୍ଦ ଫୌଜର କର୍ଣ୍ଣଧାର ନେତାଜୀ ଥିଲେ ବାବା ବେଶରେ, ମିଳିଲା ଆଉ ଏକ ପ୍ରମାଣ

ହଟିଲା ସନ୍ଦେହର ପରଦା । ବିଦେଶରେ ନୁହେଁ ବରଂ ଭାରତରେ ସଂପୂର୍ଣ୍ଣ ଅପରିଚିତ ହୋଇ ରହୁଥିଲେ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଆଉ ଯେଉଁ ପରିଚୟ ନେଇ ଦୀର୍ଘଦିନ ହେବ ସେ ଭାରତରେ ରହୁଥିଲେ ସେକଥା ଯେକେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । କେବଳ ଗୋଟିଏ ନୁହେଁ ଅନେକ ତଥ୍ୟରୁ ଏହା ପ୍ରମାଣିତ ହୋଇଛି ।

ଆମେରିକାର ପ୍ରସିଦ୍ଧ ହସ୍ତାକ୍ଷର ବିଶେଷଜ୍ଞ କାର୍ଲ ବୈଗେଟ ନେତାଜୀଙ୍କ ସସପେନ୍ସରୁ ପରଦା ଉଠାଇଛନ୍ତି । ପ୍ରମାଣିତ କରିଛନ୍ତି, ନେତାଜୀ ଭାରତରେ ହିଁ ଥିଲେ ଆଉ ତାଙ୍କ ନାମ ଥିଲା ‘ଗୁମନାମି ବାବା’ । ଗୁମନାମି ବାବାଙ୍କ କିଛି ହାତଲେଖା ବହି ସହ ନେତାଜୀଙ୍କ ଚିଠି ନେଇ କାର୍ଲ ବୈଗେଟଙ୍କୁ ଦିଆଯାଇଥିଲା ଓ ତାଙ୍କୁ ଉଭୟଙ୍କ ପରିଚୟ ଗୋପନ ରଖା ଯାଇଥିଲା । ଯେବେ କାର୍ଲ ସେହି ଚିଠି ଓ ବହିରେ ଥିବା ହସ୍ତାକ୍ଷର ସମାନ ଲୋକର ବୋଲି ପ୍ରମାଣ ଦେଲେ ସେତେବେଳେ ସମସ୍ତେ ତାଜୁବ ହୋଇ ଯାଇଥିଲେ । କାରଣ ଅତି ନିକଟରୁ ଦେଖୁଥିବା ଗୁମନାମି ବାବା ଯେ ନେତାଜୀ ଥିଲେ ଏହା କେହି ବିଶ୍ବାସ କରିପାରିନଥିଲେ ।

୧୯୪୫ ମସିହାରେ ଫର୍ଜାବାଦର ଜେଲରେ ରହୁଥିବ ଗୁମନାମି ବାବା ଓ ନେତାଜୀଙ୍କ ମଧ୍ୟରେ ଅନେକ ସମାନତା ରହିଥିବା କିଛି ଲୋକ ଦାବି କରିଥିଲେ । ସେତେବେଳେ କିନ୍ତୁ ତାଙ୍କ ନାମ ଥିଲା ବାବା ଭଗବନଜୀ । ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ଜୀବନର ଶେଷ ମୁହୂର୍ତ୍ତ ଅଯୋଧ୍ୟାର ରାମ ଭବନରେ କାଟିଥିଲେ ଏହି ଗୁମନାମି ବାବା । ପରେ ୧୬ ସେପ୍ଟେମ୍ବର ୧୯୮୫ରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା । ଚିର ଦିନ ପାଇଁ ନିଜ ପରିଚୟ ଗୋପନ ରଖି ଚାଲି ଯାଇଥିଲେ ଅଫେରା ରାଇଜକୁ । ଏହା ଖୋଦ ରାମ ଭବନର ମାଲିକ ଶାନ୍ତି ସିଂହ କହିଛନ୍ତି । ଗୁମନାମି ବାବାଙ୍କ ଦେହତ୍ୟାଗ ପରେ ତାଙ୍କ ବାକ୍ସରୁ ମିଳିଥିବା ନେତାଜୀଙ୍କ ରୋଲେକ୍ସ ଘଣ୍ଟା, ଗୋଲ ଫ୍ରେମ ବାଲା ଚଷମା । ଯାହା ପ୍ରମାଣିତ କରିଥିଲା ଯେ ଗୁମନାମି ବାବା ହିଁ ନେତାଜୀ ବୋଲି । ହେଲେ ବଳିଷ୍ଠ ପ୍ରମାଣ ଭାବେ ନିଆଯାଇ ପାରୁନଥିବାରୁ ତାଙ୍କ ହସ୍ତାକ୍ଷର ମିଳାଇବା ପାଇଁ ପଠାଯାଇଥିଲା । ଯାହାର ସତ୍ୟତା ଏବେ ପଦାକୁ ଆସଛି ।

ତଥାପି ରହିଛି ନେତାଜୀଙ୍କୁ ନେଇ ରହସ୍ୟ । ହୁଏତ ଭାରତ ଇତିହାସରେ ଏଭଳି ରହସ୍ୟମୟ ବ୍ୟକ୍ତିତ୍ୱ ଆଜିଯାଏ ନଥିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.