ନୟାଗଡ଼ ରଣପୁରରେ ପୁଣି କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ, ଜାଣନ୍ତୁ କ’ଣ କହିଲେ ନବୀନ

କେନ୍ୟୁଜ୍ : ମାରାଥନ୍‌ କ୍ୟାମ୍ପେନ୍‌ରେ ବିଜେଡି ସୁପ୍ରିମୋ । ପୁରୀ ସଂସଦୀୟ କ୍ଷେତ୍ରରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ନବୀନ ପଟ୍ଟନାୟକ । ନୟାଗଡ଼ ରଣପୁରରେ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ଚାଷୀ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । ସରକାର ଗଠନର ପ୍ରଥମ ଦିନରେ ମିଳିବ ବାକି ଥିବା ଦୁଇଟି କିସ୍ତିର ୧୦ ହଜାର ଟଙ୍କା । ୨ଟି କିସ୍ତିର ୧୦ ହଜାର ଟଙ୍କା ମିଳିବ । ନବୀନ କହିଛନ୍ତି ବିଜେଡି ସରକାର ଚାଷୀ, ଗରିବ, ଶ୍ରମିକଙ୍କ ସରକାର, ‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର । ଶେଷ ନିଶ୍ୱାସ ପର‌୍ୟ୍ୟନ୍ତ ଓଡ଼ିଶାର ସେବା କରିବି । ସେହିପରି ମା’ ମାନେ ବିକାଶର ପ୍ରକୃତ ଡବଲ ଇଞ୍ଜିନ ବୋଲି ବିଜେଡି କହିଛନ୍ତି । ମା’ ମାନଙ୍କ ପାଇଁ ବିଜେଡି ବହୁ ଯୋଜନା କରିଛି । ମା’ ମାନଙ୍କୁ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା ମିଳିବ।

Leave A Reply

Your email address will not be published.