Below header

ଭାଇ ଭଉଣୀ କହ କାହାଣୀ, ଦେଶସାରା ନିର୍ବାଚନୀ ତାତି ରହିଥିବା ବେଳେ ଚର୍ଚ୍ଚାରେ ରାହୁଲ ପ୍ରିୟଙ୍କାଙ୍କ ଫଟୋ ପୋଜ୍

ଦେଶସାରା ଏବେ ନିର୍ବାଚନୀ ତାତି । ଏହାରି ମଧ୍ୟରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ପୋଜ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଭାଇ-ଭଉଣୀଙ୍କ ସଂପର୍କ କେତେ ମଜବୁତ୍ ଏହି ଭିଡିଓରୁ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶ କାନପୁର ବିମାନବନ୍ଦରରେ ଭାଇ ଓ ଭଉଣୀଙ୍କ ଫଟୋ ପୋଜ୍ର ଏକ ଭିଡିଓ ଗଣମାଧ୍ୟମକୁ ଆସିଛି । ଯେଉଁଥିରେ ରାହୁଲ ଗାନ୍ଧୀ ଜଣେ ଭଲ ଭାଇ କିପରି ହେବା ଦରକାର, ସେ ବିଷୟରେ ଗପୁଛନ୍ତି । ପ୍ରିୟଙ୍କା ଗାନ୍ଧିଙ୍କ କାନ୍ଧକୁ କାନ୍ଧ ମିଶାଇ ଫୋଟ ପୋଜ ଦେବା ସହ ଭଲ ଭାଇର ଅର୍ଥ କଣ ବୋଲି ବୁଝାଉଛନ୍ତି ରାହୁଲ ।

rahul and priyanka

ରାହୁଲ ନିଜେ ପ୍ରଚାର ଲାଗି ଛୋଟ ହେଲିକପ୍ଟର ବ୍ୟବହାର କରୁଥିବା ବେଳେ ପ୍ରିୟଙ୍କା ବଡ ହେଲିକପ୍ଟର ବ୍ୟବହାର କରିବା କଥା କହିଛନ୍ତି । ରାହୁଲ ଏଭଳି କହିବା ପରେ କାନପୁର ବିମାନବନ୍ଦରରୁ ଉଭୟ ଅଲଗା ଅଲଗା ସ୍ଥାନକୁ ପ୍ରଚାର ପାଇଁ ବାହାରିଥିଲେ । ରାହୁଲ ନିଜ ମାଆ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ମଣ୍ଡଳି ରାଇବରେଲିକୁ ପ୍ରଚାର ପାଇଁ ଯାଇଥିବା ବେଳେ ପ୍ରିୟଙ୍କା ଉନାଓରେ ପ୍ରଚାର କରିଥିଲେ । ଗତକାଲି ଅପରାହ୍ନରେ ଏହି ଭିଡିଓ ଫେସବୁକ୍ରେ ଅପଲୋଡ ହେବା ପରେ ମାତ୍ର ଘଣ୍ଟାକ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି । ଏହି ଭିଡିଓକୁ ୮ ହଜାର ଲୋକ ସେୟାର ମଧ୍ୟ କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.