୭ ୱିକେଟରେ ହାରିଲା ସନରାଇଜର୍ସ ହାଇଦ୍ରାବାଦ, ଆଇପିଏଲରେ ଷଷ୍ଠ ସ୍ଥାନରେ ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ : ଗତକାଲି ଆଇପିଏଲର ୪୫ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୭ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ରାଜସ୍ଥାନ ଏବେ ୧୨ଟି ମ୍ୟାଚରୁ ୫ଟି ଜିତି ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ହାଇଦ୍ରାବାଦ ୧୧ଟି ମ୍ୟାଚରୁ ୬ଥର ହାରିଛି। ପରାଜୟ ବରଣ କରିଛି। ଫଳରେ ସେହି ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି।

ipl point table

୧୬୧ ରନର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ପାଇଁ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗଷ୍ଟୋନ୍ ଓ ଅଜିଙ୍କ୍ୟ ରାହାଣେ ଦୃଢ଼ ମୂଳଦୁଆ ପକାଇଥିଲେ। ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଥିଲା। ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ହାଇଦ୍ରାବାଦ ୨୦ ଓଭରରେ ୧୬୦/୮ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ୧୯.୧ ଓଭରରେ ୧୬୧/୩ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.