ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଫୋକସ କେନ୍ଦ୍ରାପଡ଼ା, ୧ହଜାର ୪୩୮ଟି ବୁଥରେ ହେବ ମତଦାନ

ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। କେନ୍ଦ୍ରାପଡ଼ା ଆସନର ମୋଟ ଭୋଟର ସଂଖ୍ୟା ୧୬ଲକ୍ଷ ୭୧ହଜାର ୩୮୬। ସେମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୮ଲକ୍ଷ ୭୮ ହଜାର ୧୩୬ ଓ ମହିଳା ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୭୧ହଜାର ୧୪୨। ଜିଲ୍ଲାରେ ୧୪୩୮ଟି ବୁଥ ରହିଥିବା ବେଳେ ୧୫୬ଟି ରହିଛି ସମ୍ବେଦନଶୀଳ ବୁଥ। ଚଳିତ ନିର୍ବାଚନରେ ଜିଲ୍ଲାରେ ୩୫ଟି ମଡେଲ ବୁଥ ନିର୍ମାଣ ହୋଇଛି। ବୁଥରେ ଦିବ୍ୟାଙ୍ଗ ଭୋଟର ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ବୁଥମାନଙ୍କରେ ଆଇନ ଶୃଙ୍ଖଳାକୁ ନଜରରେ ରଖି ପୋଲିସ ମୂତୟନ ସହ ସିସିଟିଭି ନଜର ରଖାଯିବ। ଆଉ କିଛି ବୁଥରେ ୱେବକାଷ୍ଟିଂ ସହ ଭିଡିଓଗ୍ରାଫି କରାଯିବାକୁ ଥିବା ବେଳେ କିଛି ବୁଥରେ ମାଇକ୍ରୋ ଅବଜରଭର ନିୟୋଜିତ ହେବେ।

Kendrapara

ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରେ ନିୟୋଜିତ ହେବେ ୯ ହଜାର ୪୯୨ଜଣ ପୋଲିଂ ଅଧିକାରୀ । ସେମାନଙ୍କ ମଧ୍ୟରେ ସେକେଣ୍ଡ ଓ ଥାର୍ଡ ମହିଳା ପୋଲିଂ ଅଧିକାରୀଙ୍କ ସଂଖ୍ୟା ୨ହଜାର ୭୬୭ । ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀମାନେ ପୋଷ୍ଟାଲ ବ୍ୟାଲାଟରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ପୋଲିଂ ଟିମକୁ ନେବା ପାଇଁ ୧୨୫ଟି ପୋଲିଂ ପାର୍ଟି ଓ ଅପହଞ୍ଚ ଇଲାକାରେ ୧୨ଟି ମୋଟର ସାଇକେଲ ପୋଲିସ ଟିମ ନିୟୋଜିତ ହୋଇଛନ୍ତି । ପୋଲିଂ ପାର୍ଟିମାନେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଭିଭିପାଟ, ଇଭିଏମ ଓ ଅନ୍ୟାନ୍ୟ ପୋଲିଂ ମ୍ୟାଟେରିଆଲ ସଂଗ୍ରହ କରି ପୋଲିଂ ବୁଥକୁ ଯିବାକୁ ଅପେକ୍ଷା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.