ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବାକି ଆଉ ୩ଦିନ

ଭୁବନେଶ୍ବର (କେନ୍ୟୁଜ୍) : ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ମଝିରେ ଆଉ ୩ଦିନ ବାକି । ଆସନ୍ତା ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-କନ୍ଧମାଳ, ବରଗଡ଼, ଆସିକା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଏବଂ ୩୫ଟି ବିଧାନସଭା ଆସନରେ ମତଦାନ ହେବ । ଏଥିପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ । ଗାଁ ଗାଁ ଓ ସହରର ଗଳିକନ୍ଦିରେ ବୁଲୁଛି ପ୍ରଚାର ଗାଡ଼ି। ବାଇକ୍ ରାଲିରେ ପ୍ରାର୍ଥୀ ଚଳାଇଛନ୍ତି କ୍ୟାମ୍ପେନ୍। ଖରା, ତାତିକୁ ଖାତିର ନାହିଁ। ରାତିରେ ବି ନେତାଙ୍କୁ ନାହିଁ ଫୁରସତ। କମ୍ପୁଛି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା । ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ବୁଲି ବୁଲି ଭୋଟ ମାଗୁଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ ସହ ଭୋଟରଙ୍କୁ ନାନା ପ୍ରତିଶ୍ରୁତି ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.