Below header

ପୁରୀରେ ତାଣ୍ଡବ ରଚିଲା ଫନି, ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି

ପୁରୀ :ଅତି ଭୀଷଣ ସାମୁଦ୍ରିକ ବାତ୍ୟା ଫନି  ଆଜି ଦିନ ୧୦ଟା ବେଳେ ପୁରୀ ନିକଟରେ ଲାଣ୍ଡଫଲ କରିଛି । ଆଜି  ସକାଳ ୮ଟା ରୁ ଫନିର ଲାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଦିନ ପ୍ରାୟ ୧୦ଟା ସମୟରେ ଫନିର ଆଖି ସ୍ଥଳଭାଗ ଛୁଇଁଥିଲା । ଏହାଫଳରେ ଏବେ ଫନିର ଅଧିକାଂଶ ଅଂଶ ସ୍ଥଳଭାଗ ଭିତରେ ରହିଛି । ଏହାର ପ୍ରଭାବରେ ପୁରୀ ସମେତ ଖୋର୍ଦ୍ଧା,ଜଗତସିପୁର, କେନ୍ଦ୍ରାପଡା ଆଦି ଜିଲ୍ଲାରେ ପବନ ଓ ବର୍ଷାର ତାଣ୍ଡବ ଦେଖାଦେଇଛି । ପୁରୀରେ ପବନର ବେଗ ଘଣ୍ଟାପ୍ରତି ୨୦୦ କିମି ଛୁଇଁଛି ।  ସ୍ଥଳଭାଗ ଛୁଇଁଥିବାରୁ ଆସନ୍ତା କିଛି ଘଣ୍ଟାପରେ ଏହାର ଶକ୍ତି ହ୍ରାସ ପାଇବା ଆରମ୍ଭ କରିବ । ଧୀରେ ଧୀରେ ଏହା ଉତ୍ତପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ  ଆସନ୍ତା କାଲି ସଂଧ୍ୟା ସୁଦ୍ଧା ବାଂଲାଦେଶ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.